ସୁବର୍ଣ୍ଣପୁର ୧।୧୦: ଗାଁରେ ମଦ ବିକ୍ରି । ତାତିଲେ ଗାଁ ମହିଳା । ବେଆଇନ ମଦ ବିକ୍ରି ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ମହିଳା l

Also Read:- CEO ଆର୍.ଏସ୍. ଗୋପାଳନଙ୍କ VRS ଆବେଦନ, ତେଜିଲା ରାଜନୈତିକ ବୟାନବାଜି

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗ୍ରାମରେ ବେଆଇନ ଭାବରେ ମଦ ବିକ୍ରି କରାଯାଉଥିବାରୁ ଗ୍ରାମର ଅସାମାଜିକ କାର୍ଯକଳାପ ବୃଦ୍ଧି ହେବା ସହ ମହିଳା ମାନେ ଅସୁରକ୍ଷିତ ମନେ କରୁଛନ୍ତି l ପୂର୍ବରୁ ଅନେକ ଥର ଅବକାରୀ ଓ ପୋଲିସ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଯାହା ଫଳରେ ଆଜି ବାଧ୍ୟ ହୋଇ ଗ୍ରାମର ଶତାଧିକ ମହିଳା ଥାନା ଓ ଅବକାରୀ ବିଭାଗ ପାଖରେ ମଦ ବିକ୍ରି ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଲିଖିତ ଭାବରେ ଜଣାଇଛନ୍ତି l