ଚଣ୍ଡିଖୋଲ ୨୨।୩: ଯାଜପୁରରୁ ରଣହୁଙ୍କାର ଦେଲେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ସଭାପତି ମହମ୍ମଦ ମୋକିମ୍ । ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ପରିସରରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୂଆ କରି ଓଡ଼ିଶା ଜନତା କଂଗ୍ରେସ ନୂଆ ଦଳ ଗଢିଥିବା ମହମ୍ମଦ ମୋକିମ୍‌ଙ୍କ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଏହି ମହାମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲାର ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ଯାଜପୁର ଜିଲ୍ଲାରୁ ଆସିଥିବା ବିଭିନ୍ନ ଦଳରୁ ବହୁ ନେତା ଓ କର୍ମୀଙ୍କୁ ଓଡ଼ିଶା ଜନତା କଂଗ୍ରେସ ଦଳରେ ସାମିଲ କରାଯାଇଥିଲା । ନେତା କର୍ମୀଙ୍କୁ ଦଳରେ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ମହମ୍ମଦ ମୋକିମ୍ ।

Also Read:- ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦ୍‌ଘାଟିତ : ୧୭ ପ୍ରକଳ୍ପର ଶିଳାନ୍ୟାସ, ୧୨୪ ପ୍ରକଳ୍ପର ଶୁଭାରମ୍ଭ

ଯାଜପୁର ଜିଲ୍ଲାରେ ଯେଉଁଭଳି ଲଘୁଖଣିଜ ଲୁଟ୍ ଚାଲିଛି ସେ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ମହମ୍ମଦ ମୋକିମ୍ । ଧିରେ ଧିରେ କଂଗ୍ରେସ ରାଜ୍ୟରୁ ଲୋପ ପାଇଗଲାଣି ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ସାଧାରଣ ଲୋକଙ୍କ ହକ୍ ପାଇଁ ଲଢେଇ କରିବ । ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ସାମ୍ନାକୁ ଆସିବ ବୋଲି ସଭାପତି ମହମ୍ମଦ ମୋକିମ୍ କହିଛନ୍ତି ।

Watch Video:-