ପାରାଦୀପ ୨୬।୦୮ : ପାରାଦୀପ ନିକଟରେ ଚାଇନା ଜାହାଜ ବୁଡ଼ି ଘଟଣା । ଡଙ୍ଗା ବୁଡ଼ି ଘଟଣାରେ ସତ୍ୟାସତ୍ୟ ଯାଞ୍ଚ ପାଇଁ ପ୍ରୟାସ କରାଯାଉଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ପାଇଁ ଚାଇନା ଦୁଇଟି ଜାହାଜ ପଠାଉଛି । ଏବେବି ଜାହାଜରେ ଆହୁରି ୨୨ ଜଣ ନିଖୋଜ ଥିବାରୁ ତାଙ୍କୁ କିଭଳି ଭାବେ ଉଦ୍ଧାର କରାଯିବ, ସେନେଇ ଅପରେସନ ଜାରି ରହିଛି। ଯେତେବେଳେ ଜାହାଜରେ ମାଲ ଲୋଡ୍ କରାଯାଏ ତାର ପୁରା ତଥ୍ୟ ପୋର୍ଟ କର୍ତ୍ତୃପକ୍ଷଙ୍କ ପାଖରେ ରହିଥାଏ। ତେବେ କେଉଁ ପରିସ୍ଥିତିରେ ଜାହାଜ ବୁଡ଼ିଲା ତାହା ଅନୁଧ୍ୟାନ କରାଯାଉଛି ।

Also Read:-ଶ୍ରୀ ଜଗନ୍ନାଥଙ୍କ କାର୍ଟୁନକୁ ନେଇ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ, କହିଲେ ମହାପ୍ରଭୁଙ୍କୁ ବିକୃତ ରୂପରେ ପ୍ରଦର୍ଶନ କରାଯାଇଛି

ସୂଚନାଯୋଗ୍ୟ, ଓଡ଼ିଶା ଉପକୂଳରେ ପାନାମା ମାଲବାହୀ ଜାହାଜ ବୁଡ଼ି ଯାଇଥିବା ବେଳେ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତୀୟ ତଟରକ୍ଷୀ ବାହିନୀ ରେସ୍କ୍ୟୁ ଅପରେସନ୍ ଚଳାଇଛି । ପାରାଦୀପ ବନ୍ଦରରୁ ବାହାରି ଚୀନ୍ ଅଭିମୁଖେ ବାହାରିଥିଲା‘ଓସେନ୍ ୱିନର୍’ । ମଝି ସମୁଦ୍ରରେ ନିଖୋଜ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ମେରାଇନ ପୋଲିସର ଏକ ଟିମ୍ ପାଟ୍ରୋଲିଂ ବୋଟ୍ ଯୋଗେ ସମୁଦ୍ରରେ ଜାହାହ ଖୋଜାରେ ନିୟୋଜିତ ଅଛନ୍ତି । ବଙ୍ଗୋପସାଗରରେ ଓଡ଼ିଶାର ପାରାଦୀପ ଉପକୂଳଠାରୁ ପ୍ରାୟ ୨୪୦ ନଟିକାଲ ମାଇଲ ଦୂରରେ ପାନାମା ପତାକାବାହୀ ମାଲବାହୀ ଜାହାଜ‘ଓସେନ୍ ୱିନର୍’ ବୁଡ଼ିଯାଇଛି। ଜାହାଜରେ ମୋଟ୍ ୨୪ ଜଣ କ୍ରୁ’ ସଦସ୍ୟ ଥିଲେ, ଯେଉଁଥିରୁ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ମିଳିତ ଉଦ୍ଧାର ଅଭିଯାନ ଚଳାଇ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି । ବାକି ୨୨ ଜଣ ଏବେ ବି ନିଖୋଜ ଅଛନ୍ତି । ଜାହାଜରେ ୨୦ ଜଣ ଚୀନ୍, ୩ ଜଣ ମ୍ୟାନ୍ ମାର୍ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିଲେ ।