ଭୁବନେଶ୍ଵର: ସକ୍ରିୟ ମୌସୁମୀ  ।  ଆସନ୍ତା ୪୮ ଘଣ୍ଟା ସାରା  ରାଜ୍ୟରେ ବର୍ଷା ସମ୍ଭାବନା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ମୟୁରଭଞ୍ଜ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ  ଜାରି କରିଛି ପାଣିପାଗ ବିଭାଗ ।

ବିଭାଗ ଅନୁଯାୟୀ,  ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି,ରାୟଗଡା, କଳାହାଣ୍ଡି, କନ୍ଧମାଳ,  ସୁନ୍ଦରଗଡ଼, କେନ୍ଦୁଝର ଓ ସମ୍ବଲପୁର ଏହି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅବଶିଷ୍ଟ ୧୯  ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲିଠୁ ବଢ଼ିବ ବର୍ଷାର ପରିମାଣ।

ଆସନ୍ତାକାଲି ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ମାଲକାନଗିରି , ରାୟଗଡା,ଗଜପତି, ଗଞ୍ଜାମ, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର,ନୂଆପଡା, ଭଦ୍ରକ, ବାଲେଶ୍ୱର ,ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ ଓ ସୁନ୍ଦରଗଡ ଏହି ୧୬ ଜିଲ୍ଲାରେ ପ୍ରବଳ ଵର୍ଷାକୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଅବଶିଷ୍ଟ ୧୨ ଜିଲ୍ଲାରେ  ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଟକା ପବନ ର ସମ୍ଭାବନା କୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୪୮ ଘଣ୍ଟା ସାରା ଓଡ଼ିଶାରେ  ବର୍ଷା ସହ ଆସନ୍ତା ୧୧  ତାରିଖ ବା ୭ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ। 

Also Read: ​​​​​​​El-Nino ବିପଦ ମଧ୍ୟରେ ମୌସୁମୀକୁ ନେଇ ଆସିଲା ଭଲ ଖବର, ପଜେଟିଭ ଆଇଓଡି ଅନୁମାନ କରିଛନ୍ତି WMO

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ପ୍ରବଳ ବର୍ଷା ୧୦ ଟି ସ୍ଥାନରେ ରେକର୍ଡ କରାଯାଇଛି ଅନଗୁଳ ତାଳଚେର ରେ ସର୍ବାଧିକ ବର୍ଷା ୮୦  ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ବିଶେଷଜ୍ଞ କହୁଛନ୍ତି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ।  ଆସନ୍ତା ୧୫ ଯାଏଁ ବର୍ଷା ହେବ।  ତେବେ ଏହି ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିବନି।  ଜୁନ୍ ୧ ରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ୭୬୭.୧ ମିଲିମିଟର ସ୍ୱାଭାବିକ ବର୍ଷା  ରେକର୍ଡ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକ ବର୍ଷା ଠାରୁ  ୨୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି।