ନୂଆଦିଲ୍ଲୀ: ଗତ ୬ ଦିନ ହେଲାଣି ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି। ବୁଧବାର(୧୮ ନଭେମ୍ବର) ଦର ଆହୁରି କମିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ(IBJA) ଅନୁସାରେ ବୁଧବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦରରେ ୨୬୯୬ ଟଙ୍କା ହ୍ରାସ ପାଇ ୧.୩୨ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ଗୋଟିଏ କେଜି ରୁପା ଦର ୪୬୬୫ ଟଙ୍କା ହ୍ରାସ ପାଇ କିଲୋପ୍ରତି ମୂଲ୍ୟ ୧.୬୫ ଲକ୍ଷ ଟଙ୍କା ହୋଇଛି।

ସୁନା ଲଗାତର ୬ଟି କାରବାର ଦିନରେ ପ୍ରାୟ ୧୦ ହଜାର ଟଙ୍କା ଶସ୍ତା ହେଲାଣି। ସେହିପରି ରୁପା ଶସ୍ତା ହେଲାଣି ୨୧ ହଜାର ଟଙ୍କା। ଏହାପୂର୍ବରୁ ୧୦ ନଭେମ୍ବରରେ ସୁନା ପ୍ରତି ଗ୍ରାମ ୧.୪୨ ଲକ୍ଷ ଟଙ୍କା ଥିଲା। ସେହିପରି ରୁପା କେଜି ଥିଲା ୧.୮୬ ଲକ୍ଷ ଟଙ୍କା।

ଅଲ ଟାଇମ ହାଇ ୨.୧୫ ଲକ୍ଷ ଟଙ୍କା କମିଲାଣି ରୁପା

ଚଳିତ ବର୍ଷ, ସୁନା ଏବଂ ରୁପାର ଦରରେ ଅପ୍ ଡାଉନ ଲାଗି ରହିଛି। ୩୧ ଡିସେମ୍ବର୨୦୨୫ରେ ରୁପା ମୂଲ୍ୟ ୨.୩୦ ଲକ୍ଷ ଟଙ୍କା ଥିଲା। ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ବେଳକୁ ଏହା ସର୍ବକାଳୀନ ସର୍ବାଧିକ ୩.୮୦ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ରୁପା ୨.୧୫ ଲକ୍ଷ କିମ୍ବା ପ୍ରାୟ ୧୨୫%ରୁ ଅଧିକ ଶସ୍ତା ହେଲାଣି।

ସେହିପରି ଯଦି ସୁନା କଥା ଦେଖିବା ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିଲା। ହେଲେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ବେଳକୁ ଏହା ୧.୭୬ ଲକ୍ଷ ଟଙ୍କା ପହଞ୍ଚି ଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସୁନା ୪୪ ହଜାର ଟଙ୍କାରୁ ଅଧିକ ପାଖାପାଖି ୩୨ ପ୍ରତିଶତରୁ ଅଧିକ ଶସ୍ତା ହେଲାଣି।

ଡଲାର ମୂଲ୍ୟ ମଜଭୁତ ହେବା, ନିବେଶଖମାନେ ବଡ଼ ବଡ଼ ଶେୟାର ବିକ୍ରି କରିବା ଆଦି କାରଣରୁ ସୁନା ଓ ରୁପା ଦର ହ୍ରାସ ପାଉଛି। ବିଶେଷ କରି ଭାରତରେ ନକଲି ସୁନାର ବ୍ୟବସାୟ ଖବର ଆସିବା ପରେ ଦେଶରେ ଡିମାଣ୍ଡ ସାମାନ୍ୟ କମିଛି।

କେତେ ରହିଛି ୨୨ କ୍ୟାରେଟ ସୁନା ଦର ?

ଗୁଡ୍ସ ରିଟର୍ଣ୍ଣର ରିପୋର୍ଟ ଅନୁସାରେ ୧୮ ନଭେମ୍ବର ବୁଧବାର ସୁଧା ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦର ୧.୨୨ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ଆଜି ମୂଲ୍ୟ ୨୭୮୦ ଟଙ୍କା ହ୍ରାସ ଖସିଛି।