ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠି ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାର। ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନଥିବା ସ୍ପଷ୍ଟ କରିଥିବା ସେ କହିଛନ୍ତି।

ମନ୍ତ୍ର କହିଛନ୍ତି- ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି ବରଂ ସାମୟିକ ସ୍ଥଗିତ ରହିଛି। ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି। ସେ ଅଫିସ ମଧ୍ୟ ଚାଲୁ ରହିଛି। ସାମୟିକ ସ୍ଥଗିତ ରହିଛି। ମେଟ୍ରୋ ହେବନି ବୋଲି ମୁଖ୍ୟମନ୍ତ୍ରୀ କେଉଁଠି ମନା କରି ନାହାନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି।

ମେଟ୍ରୋ ପ୍ରକଳ୍ପ ଯେଉଁ ଭଳି ଥିଲା, ଭାଏବୁଲ ହେଉନଥିଲା। ଯେତେବେଳେ ଟେଷ୍ଟ ହେଲା ସେତେବେଳେ ସମସ୍ୟା ଦେଖାଦେଲା। ଲୋକ ଯିବା ଆସିବା କରି ପାରିଲେନି। ଦୀର୍ଘ ଦିନ ଧରି ଯଦି କାମ ହୋଇଥାନ୍ତା. ପରିସ୍ଥିତି କଣ ହେଇଥାନ୍ତା। ଶେଥିପାଇଁ ବିକଳ୍ପ ଭାବେ ବାଇପାସ ରାସ୍ତାର ମଧ୍ୟ ବ୍ୟବସ୍ଥା ହେଉଛି।

also read- ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେବ କି ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି। ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହେଇଛି। ଅନୁଧ୍ୟାନ ହେଉଛି କେଉଁ ଉପାୟରେ ହେବ ବିଚାର କରାଯାଉଛି। ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତାରେ ସହଯୋଗରେ ହେବ ବୋଲି କହିଛନ୍ତି ମନ୍ତ୍ରୀ।

ପ୍ରକାଶଥାଉକି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ  ଚିଠି ଲେଖିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରେ ବଢୁଥିବା ଜନସଂଖ୍ୟା ଏବଂ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ଅତ୍ୟନ୍ତ ଜରୁରୀ ବୋଲି ସେ କହି।