ଭୁବନେଶ୍ବର ୧।୧୧: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ୮ ଜଣ ଆଇପିଏସ୍ ଏବଂ ଜଣେ ଓପିଏସ୍ଙ୍କ ବଦଳି କରାଯାଇଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି |ପ୍ରକାଶ ପାଇଛି । ବଦଳିଲେ ଜେଲ୍ ଡିଜି ।

ଜେଲ୍ ବିଭାଗ ଡିଜି ସୁଶାନ୍ତ ନାଥ ହେଲେ ଗୃହ ବିଭାଗ OSD । ସେହିଭଲି SFSL ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ ଡିଜି ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିଭଳି ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଦାୟିତ୍ବ ଦିଆଯାଇଛି । ରାଜେଶ କୁମାରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମା ହେଲେ ଭିଜିଲାନ୍ସ ବିଭାଗ DIG । ଝାରସୁଗୁଡା SP ଗୁଣ୍ଡଲା ରେଡ୍ଡି ରାଘବେନ୍ଦ୍ର ହେଲେ ପୋଲିସ ମୁଖ୍ୟାଳୟ AIG । ନୂଆପଡା SP ଅମ୍ରିତପାଲ ସିଂଙ୍କୁ ପୋଲିସ ମୁଖ୍ୟାଳୟ ଏସ୍ପି ଦାୟିତ୍ବ ଦିଆଯାଇଛି । ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡା SP ଦାୟିତ୍ବ ମିଳିଛି । ତପନ ନାରାୟଣ ରଥ ହେଲେ ନୂଆପଡ଼ା ଏସ୍ପି ।