ଭୁବନେଶ୍ୱର ୩୦।୦୮ :  ଚାଷୀଙ୍କ ପାଇଁ ଆଶ୍ୱସ୍ତି । ବାକି ଥିଲା ଆଉ ଦିନେ । ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ଆଉ ୭ ଦିନ ବଢିଲା ଧାନ ପଞ୍ଜିକରଣ ଅବଧି ।  ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଅଗଷ୍ଟ ୬ ତାରିଖରୁ ଧାନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହା ଆସନ୍ତାକାଲି (ଅଗଷ୍ଟ ୩୧ରେ) ଶେଷ ହେବାକୁ ଯାଉଥିଲା । ଏହି ଅବଧି ମଧ୍ୟରେ ଏଯାବତ୍ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିସାରିଛନ୍ତି । ଗତବର୍ଷ ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଥିଲେ। ତେଣୁ ଚଳିତବର୍ଷ ମଧ୍ୟ ଅଧିକ ସଂଖ୍ୟକ ଚାଷୀ ପଞ୍ଜିକରଣ କରିବାର ସମ୍ଭାବନା ରହିଛି। ତେବେ ପଞ୍ଜିକରଣ ପ୍ରକ୍ରିୟାରେ ଚାଷୀମାନେ କିଛି ସ୍ଥାନରେ ନେଟୱାର୍କ ସମସ୍ୟା ଦେଖାଦେଇଥିଲା । ଯାହାଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ସମସ୍ୟା ଦୂର କରିବା ପାଇଁ ବୈଷୟିକ ଟିମ୍ ସହ ଆଲୋଚନା କରାଯାଇଛି । ଖୁବଶୀଘ୍ର ନେଟୱାର୍କ ଓ ବୈଷୟିକ ସମସ୍ୟାର ସମାଧାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Also Read:-ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା-ଅସରପାଙ୍କ ଦୌରାତ୍ମ୍ୟ, ଶ୍ରୀଅଙ୍ଗ ସୁରକ୍ଷା ନେଇ ଚିନ୍ତା

 

Watch Video:-