ଭୁବନେଶ୍ବର ୨୩।୧୧: ବିରୋଧୀ ଦଳ ବିଧାୟକଙ୍କ କଥା ଶୁଣୁ ନାହାନ୍ତି ଅଧିକାରୀ ବୋଲି ଅଭିଯୋଗ ଆଣିଲେ ବିଧାୟକ । ସ୍ବାୟତ୍ତ ଶାସନ ଦିବସରେ ବିଧାୟକଙ୍କୁ ନିମନ୍ତ୍ରଣ ଏବଂ ଫଳକରେ ନାଁ ନଥିବା ନେଇ ଗୃହରେ ଉଦବେଗ ପ୍ରକାଶ କଲେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।ସେହିଭଳି ଅନେକ ଚିଠି କାର୍ଯ୍ୟାଳୟରୁ ଯାଉଥିଲେ ମଧ୍ୟ ଅଫିସର ଏହାର ଉତ୍ତର ଦେଉନାହାନ୍ତି, ଏନେଇ ଅସନ୍ତୋଷ ପ୍ରକାଶ କଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।

ଅନେକ କାର୍ଯ୍ୟକ୍ରମରେ ନିର୍ବାଚିତ ବିଧାୟକଙ୍କୁ ଡକାଯାଉନାହିଁ । ବରଂ ଅଣ ନିର୍ବାଚିତ ବିଧାୟକ ମଞ୍ଚରେ ସ୍ଥାନ ପାଉଛନ୍ତି କହି ଅଭିଯୋଗ ଆଣିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଯଦି ସଠିକ୍ ପାଳନ ହେବନାହିଁ । ତେବେ ବୁକ୍ ସର୍କୁଲାର ୪୭କୁ ପ୍ରତ୍ୟାହାର କରିନିଆଯାଉ । ଯଦି ରଖିବେ ତେବେ ସଠିକ୍ ଭାବେ ଏହାକୁ ପାଳନ କରାଯାଉ କହିଲେ ପ୍ରସନ୍ନ ଆଚାର୍ଯ୍ୟ ।

ବୁକ୍ ସର୍କୁଲାର ୪୭ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଉତ୍ତର । ଅଫିସର୍ ମାନେ ବୁକ୍ ସର୍କୁଲାରକୁ ପାଳନ କରିବା ସହ ଏହାକୁ ଲିଖିତ ଭାବରେ ରଖିବା କଥା, ସରକାର ଏହାକୁ ଅନୁଧ୍ୟାନ କରିବେ । ଏଥିକ୍ସ କମିଟି ଅଧ୍ୟକ୍ଷ ନିକଟରେ ସମ୍ବଲପୁରରେ ଏକ ୱର୍କସପ୍ କରାଯାଇଥିଲା କିପରି ବୁକ୍ ସର୍କୁଲାର ପାଳନ କରାଯିବ । ଏଥିକ୍ସ କମିଟି ଦ୍ୱାରା ନିୟମିତ ଟ୍ରେନିଂ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।