ଭୁବନେଶ୍ୱର ୨୭।୦୯ : ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି । ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ । ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିବେ ଦକ୍ଷିଣ ଓଡ଼ିଶା । ଆକାଶମାର୍ଗରୁ ସ୍ଥିତି ପରଖିବେ ।

ଲଗାଣ ବର୍ଷା, ପବନରେ ଦକ୍ଷିଣ ଓଡ଼ିଶା କ୍ଷତିଗ୍ରସ୍ତ ହୋଇଛି। ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଦକ୍ଷିଣ ଓଡ଼ିଶା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଆକାଶ ମାର୍ଗରୁ ଦକ୍ଷିଣ ଓଡ଼ିଶାର ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବା କାର୍ଯ୍ୟକ୍ରମ ରହିଛି।

Also Read:-komal Rani: ଗୋବିନ୍ଦାଙ୍କୁ ନେଇ ପୁଣି ଝଡ଼: ସୁନୀତାଙ୍କୁ ଟାର୍ଗେଟ୍‌ କଲେ କୋମଲ, କହିଲେ-ନିଜ ସ୍ଵାମୀଙ୍କୁ ହତ୍ୟା ଷଡଯନ୍ତ୍ର !

ସେହିପରି ମୁଖ୍ୟମନ୍ତ୍ରୀ ଗଞ୍ଜାମ, କୋରାପୁଟ, ନବରଙ୍ଗପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳର ସ୍ଥିତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। କୋଟପାଡ଼ରେ ବନ୍ୟା ସ୍ଥିତି ସମୀକ୍ଷା କରିବେ। ଜୟପୁରଠାରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆ ଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।