ଭୁବନେଶ୍ୱର ୦୪।୦୬ : ସୁଦୃଢ ହେଉଛି ସମୁଦ୍ର ତଟ । ଓଡିଶା ସୀମାରେ ନିଶା, ମାରଣାସ୍ତ୍ର ସ୍ମଗଲିଂ ଉପରେ ଲାଗିବ ରୋକ । ଅପରାଧୀ ଓ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସମୁଦ୍ର ତଟ ସୁରକ୍ଷାକୁ ସୁଦୃଢ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ I ସଂଯୋଗ ହେଉଥିବା ଅନ୍ୟ ରାଜ୍ୟ ଓ ବିଭିନ୍ନ ଦେଶରୁ ଅନେକ କାରବାର ବଢ଼ୁଥିବାରୁ, ଆଣ୍ଟି ସୋସିଆଲ, ଆଣ୍ଟି ନକ୍ସଲ, ସୁପାରି କିଲ୍ଲର, କଣ୍ଟ୍ରାକ୍ଟ କିଲର ଓ ଅପରାଧୀଙ୍କ ପାଦୁର୍ଭାବ ବଢୁଛି I ଏହାସହିତ ନାର୍କୋଟିକ୍‌ କାରବାର ସହ ଅନ୍ୟ ଦେଶର ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଉପରେ ରୋକ ଲାଗିବ I ଯାହାକୁ ନେଇ ତଟ ସୁରକ୍ଷାକୁ ସୁଦୃଢ କରାଯାଉଛି I

Also Read:-Southwest Monsoon: ଆଗକୁ ଅଗ୍ରସର ହେଲା ମୌସୁମୀ ବାୟୁ, କେରଳମ୍ ଠାରେ ଦେଶର ମୁଖ୍ୟ ଭୂ-ଭାଗ ଛୁଇଁଲା

ସେହିପରି ଓଡ଼ିଶାର ତଟ ସୁରକ୍ଷା ସୁଦୃଢ କରିବାକୁ ୧୫୦ କୋଟି କୋଷ୍ଟାଲ ସିକ୍ୟୁରିଟିକୁ ଦେଇଛନ୍ତି ସରକାର I ଏଥିରେ ସୁରକ୍ଷା ଦୁଷ୍ଟି କୋଣରୁ ଏରିଏଲ ସର୍ଭେଲାନ୍ସ, କୋଷ୍ଟାଲ ପାଟ୍ରୋଲିଂ, ଫିସିଂ ଟ୍ରଲର, ଫାଷ୍ଟ ଇଣ୍ଟରସେପ୍ଟ ବୋଟ, ସିସିଟିଭି, AI ଡ୍ରୋନ, ବୁଲେଟ ବ୍ରୁଫ ବୋଟ ବି ସାମିଲ ହେବ I ଯାହା ଦ୍ୱାରା ପାଟ୍ରୋଲିଂ ହେଉଥିବା ସମସ୍ତ ବୋଟର ଲାଇଭ ଫିଡ, ଗୋଟିଏ ଜାଗାରେ ଦେଖିହେବ I ସମସ୍ତ ସାମୁଦ୍ରିକ ଥାନାରେ ସ୍ପେଶାଲ ପୋଲିସ ଅଫିସର ନିୟୋଜିତ କରାଯାଇଛି I ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ସେମିନାରରେ ଏଭଳି ତଥ୍ୟ ଦେଇଛନ୍ତି ଡିଜିପି I

Watch Video:-

​​​​​​​