ଭୁବନେଶ୍ବର ୪।୬: କେରଳମ୍ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ ତାରିଖରେ କେରଳମ୍ ଠାରେ ଦେଶର ମୁଖ୍ୟ ଭୂ-ଭାଗକୁ ଛୁଇଁଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ମଧ୍ୟ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ଏଥର ବିଳମ୍ବରେ କେରଳମ୍ ଛୁଇଁଛି ମୌସୁମୀ ବାୟୁ । ମେ'୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି । ଯାହା ଫଳରେ ମୌସୁମୀ ବାୟୁ କେରଳମ୍ ଠାରେ ଦେଶର ମୁଖ୍ୟ ଭୂ-ଭାଗକୁ ଛୁଇଁଛି । ଏଥିଯୋଗୁଁ ତାମିଲନାଡୁର ପଶ୍ଚିମ ଓ ଦକ୍ଷିଣ ଭାଗର ୧୫ରୁ ଅଧିକ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ କେରଳମ୍‌ ଛୁଇଁବା ପରେ ଓଡ଼ିଶାରେ ସପ୍ତାହେ ମଧ୍ୟରେ ମୌସୁମୀ ପହଞ୍ଚିପାରେ । ଆସନ୍ତା ୧୦ କିମ୍ବା ୧୨ ତାରିଖ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି ।

Also Read:- ଏଲ୍ ନିନୋ ପ୍ରଭାବରେ ଜୁନ୍‌ରୁ ସେପ୍ଟମ୍ବର ମଧ୍ୟରେ କମିବ ବର୍ଷାର ପରିମାଣ, ଓଡ଼ିଶା କଥା ଏମିତି କହିଲେ IMD ଡିଜି

IMD ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ ତାରିଖରେ କେରଳମ୍ ଛୁଇଁବ । ସାଧାରଣତଃ, ମୌସୁମୀ ବାୟୁ ଜୁନ୍ ୧ ତାରିଖ ପାଖାପାଖି କେରଳମ୍‌ରେ ପହଞ୍ଚିଥାଏ । IMD ପୂର୍ବାନୁମାନ କରିଥିଲା ଯେ, ମୌସୁମୀ ବାୟୁ ମେ’ ୨୬ ତାରିଖରେ କେରଳମ୍ ଛୁଇଁବ । କିନ୍ତୁ IMD ଏହି ଆକଳନରେ ସାମାନ୍ୟ ବିଳମ୍ବ ହୋଇଥିଲା । ପୁଣି ପାଣିପାଗ ବିଭାଗ ମେ’ ୨୯ ତାରିଖରେ କହିଥିଲା ଯେ, ପରବର୍ତ୍ତୀ ସପ୍ତାହରେ ମୌସୁମୀ ବାୟୁ କରଳମ୍ ଛୁଇଁପାରେ । ତେବେ ଶେଷରେ ଗୁରୁବାର ମୌସୁମୀ ବାୟୁ କେରଳମ୍ ଛୁଇଁଛି