ନୂଆପଡ଼ା ୧୯/୦୧: ନୂଆପଡ଼ା BDOଙ୍କୁ ମାଡ଼ । ଫଳରେ ଥାନାର ଦ୍ୱାରସ୍ଥ ହେଲେ BDO ରୋହିତ ଭୋଇ । ବ୍ଲକ ଅଫିସ୍ ପରିସରରେ SDPO ସହ ପୋଲିସ । ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ହୋଇଥିଲା । ହାଇକୋର୍ଟଙ୍କ ଅର୍ଡର ଅନୁସାରେ ଚାଲିଥିଲା ନିର୍ମାଣ ।

ସୂଚନା ଥାଉକି, ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିଲା ବିବାଦ । ଭଇସାଟାଲ ପଞ୍ଚାୟତ ମୁଖ୍ୟାଳୟରେ ହେବାକୁ ଥିବା ପଞ୍ଚାୟତ ଗୃହ ବାଲୋଦା ଠାରେ ନିର୍ମାଣ ହେଉଥିବାକୁ ନେଇ ବିରୋଧ କରୁଥିଲେ କିଛି ଗ୍ରାମବାସୀ । ଏମିତିକି ହାଇକୋର୍ଟ ଅର୍ଡର ଅନୁସାରେ ଚାଲୁଥିଲା ନିର୍ମାଣ। ଏହାକୁ ବିରୋଧ କରି ତାତିଥିଲେ ଲୋକେ । ଆଉ ବିଡିଓ ବିରୋଦ କରିବାକୁ ତାଙ୍କୁ ମାଡ଼ ମାରିବାକୁ ବି ପଛାଇନଥିଲେ । ଯାହାକୁ ନେଇ ବିଡିଓ ଥାନ୍ର ଦ୍ୱାରସ୍ଥ ହୋଇଛନ୍ତି । ଆଉ ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।