ଭୁବନେଶ୍ୱର ୦୫।୦୩ : ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ। ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ। ଦିଲ୍ଲୀପ ରାୟଙ୍କ ନାମାଙ୍କନ ଦାଖଲ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ରାଜ୍ୟସଭା ରାଜନୀତି । ଗୁରୁବାର ନାମାଙ୍କନ ଭରୁଛନ୍ତି ସବୁଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ନେତା । ପ୍ରଥମେ ବିଜେଡିର ସଂତୃପ୍ତ ମିଶ୍ର, ପରେ କମନ୍‌ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଥିଲେ । ଏହାର କିଛି ସମୟ ପରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଆଉ ଏବେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ।

ତେବେ ନାମାଙ୍କନ ଭରିବା ସମୟରେ ଦିଲ୍ଲୀପ ରାୟ କହିଛନ୍ତି ଯେ, ଆଜିଠୁ ଆରମ୍ ହେଲା, କିଛି ଦିନ ପରେ ଜଣାପଡିବ କେମିତି ଚାଲିଛି | କିଏ ସମର୍ଥନ ଦେବେ ମୁଁ ଜାଣିନି | ବିଜେଡି କଂଗ୍ରେସ ମିଶିବା ପ୍ରସଙ୍ଗରେ କହିଲେ ଆମେ ବି ମିଶେଇ ଦେବୁ। ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।