ନୂଆଦିଲ୍ଲୀ ୧୧।୦୬; ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ନୀତି ଆୟୋଗ ବୈଠକ । ମଧ୍ୟ-ପ୍ରାଚ୍ୟ ଯୁଦ୍ଧ ସଙ୍କଟର ପ୍ରଭାବ ଏବଂ ଭାରତୀୟ ଅର୍ଥନୀତିର ରୋଡମ୍ୟାପ୍‌କୁ ନେଇ ହେବ ବଡ଼ ଚର୍ଚ୍ଚା । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ବର୍ତ୍ତମାନ ବିଶ୍ୱ ଲାଗିରହିଥିବା ଅଶାନ୍ତି, ବିଶେଷ କରି ମଧ୍ୟ-ପ୍ରାଚ୍ୟରେ ଉପୁଜିଥିବା ସଙ୍କଟ ଯୋଗୁଁ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଏବଂ କଞ୍ଚାମାଲର ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଆଲର୍ଟ ମୋଡ୍ରେ ଅଛନ୍ତି । 'ରିଫର୍ମସ ଏକ୍ସପ୍ରେସ'କୁ ଆଗକୁ ବଢ଼ାଇବା ଏବଂ ନିୟମକୁ ସରଳ କରିବା । ଦେଶରେ ଉତ୍ପାଦନ ବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ବଢ଼ାଇବାକୁ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରିବେ କେନ୍ଦ୍ର ସରକାର ।

ବୈଶ୍ବିକ ସଙ୍କଟ ଯୋଗୁଁ ଭାରତୀୟ ଅର୍ଥନୀତି ଉପରେ ଯେଉଁ ଚାପ ବଢ଼ୁଛି, ତାକୁ କେମିତି ମୁକାବିଲା କରାଯିବ । ରାଜ୍ୟଗୁଡ଼ିକ ସହ ମିଶି କେମିତି ବିକାଶର ଗାଡ଼ିକୁ ଆଗକୁ ନିଆଯିବ, ଏସବୁ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ମାନଙ୍କୁ ମନ୍ତ୍ର ଦେବେ । ଏହି ମହାମନ୍ଥନରୁ ଦେଶ ପାଇଁ କ’ଣ ବଡ଼ ନିଷ୍ପତ୍ତି ବାହାରୁଛି, ତା’ ଉପରେ ଦେଶବାସୀଙ୍କ ନଜର ରହିଛି ।