ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ନିର୍ଭଳଶୀଳତା କମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅପିଲ କରିଛନ୍ତି । ଏହାକୁ ନେଇ ଓ୍ବାର୍କ ଫ୍ରମ ହୋମ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଦେଶର ଏକ ପ୍ରମୁଖ ଆଇଟି ସଂସ୍ଥା ସରକାରଙ୍କୁ ଆଡଭାଇଜରୀ ଜାରି କରିବାକୁ ଦାବି କରିଛି । Nascent ଇନଫର୍ମେସନ୍ ଟେକନୋଲୋଜି ଏମ୍ଲୋଇଜ୍ ସିନେଟ୍ (NITES) ଶ୍ରମ ମନ୍ତ୍ରଣାଳୟକୁ ପତ୍ର ଲେଖି ଓ୍ବାର୍କ ଫ୍ରମ ହୋମ ଲାଗି ଔପଚାରିକ ଘୋଷଣା କରିବାକୁ ଦାବି କରିଛି ।

ହାଇଦ୍ରାବାଦରେ ରବିବାର ଓ୍ବାର୍କ ଫ୍ରମ ହୋମ ପାଇଁ ଅପିଲ କରିଥିଲେ । ସଂସ୍ଥା ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ମଧ୍ୟ ଚିଠି ଲେଖିଛି । ଇନ୍ଧନ ବ୍ୟବହାର ହ୍ରାସ କରିବା, ଅନାବଶ୍ୟକ ଯାତ୍ରା ହ୍ରାସ କରିବା ଲାଗି ମୋଦୀଙ୍କ ଆହ୍ବାନକୁ ନଜରରେ ରଖି ସଂସ୍ଥା ମନ୍ତ୍ରୀଙ୍କୁ ଆଡଭାଇଜରୀ ଜାରି କରିବାକୁ ଅପିଲ କରିଛି । ଆଇଟି କ୍ଷେତ୍ରରେ ଓ୍ବାର୍କ ଫ୍ରମ ହୋମ ଲାଗୁ କରିବାରେ କୌଣସି ଅସୁବିଧା ନାହିଁ ବୋଲି ସଂସ୍ଥା ଯୁକ୍ତି ଦେଇଛି । ଏହା କରୋନା ମହାମାରୀ ସମୟରେ ମଧ୍ୟ କାର୍ଯ୍ୟକାରୀ ହୋଇଥିଲା ।

Also Read: ଏଭଳି କେବେ ହୋଇନଥିଲା... ମୋଦୀଙ୍କ ଅପିଲକୁ ନେଇ ବଡ଼ ଦାବି କଲେ କେଜ୍ରିଓ୍ବାଲ

ମହାମାରୀ ସମୟରେ ସ୍ପଷ୍ଟ ହୋଇଥିଲା ଯେ, IT କ୍ଷେତ୍ରରେ ଘରୁ କାମ କରିବା ବ୍ୟବହାରିକ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସମ୍ଭବ ଏବଂ ସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ । NITES କହିଛି ଯେ, ଯେଉଁ ମ୍ପାନୀରେ ଓ୍ବାର୍କ ଫ୍ରମ ହୋମ ସମ୍ଭବ ସେଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେବା ଉଚିତ। ଡିଜିଟାଲ୍ ବିକଳ୍ପ ଉପଲବ୍ଧତା ସତ୍ତ୍ୱେ ପ୍ରତିଦିନ ଲକ୍ଷ ଲକ୍ଷ କର୍ମଚାରୀ ଅଫିସ ଯାଉଛନ୍ତି । ଫଳରେ ଇନ୍ଧନ ବ୍ୟବହାର ବଢ଼ୂଥିବା ବେଳେ ସହରାଞ୍ଚଳ ଭିତ୍ତିଭୂମି ଏବଂ ସାଧାରଣ ପରିବହନ ଉପରେ ଚାପ ବୃଦ୍ଧି ପାଉଛି ।

ପଶ୍ଚିମ ଏସିଆରେ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୧୦ ମଇ,୨୦୨୬) ସମସ୍ତ ଭାରତୀୟ ନାଗରିକଙ୍କୁ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କମ୍ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଭାରତ ବହୁ ପରିମାଣରେ ଇନ୍ଧନ ଆମଦାନୀ କରେ,ତେଣୁ  ପେଟ୍ରୋଲ,ଡିଜେଲ ଏବଂ ଗ୍ୟାସକୁ ଭାବିଚିନ୍ତି ବ୍ୟବହାର କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ୯,୩୭୭ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଉଦଘାଟନ କରିବା ପରେ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ବର୍ତ୍ତମାନ ସମୟରେ ପେଟ୍ରୋଲ,ଡିଜେଲ ଏବଂ ଗ୍ୟାସ ଭଳି ସାମଗ୍ରୀକୁ ସଞ୍ଜମତାର ସହ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଆମେ କେବଳ ଆବଶ୍ୟକତା ଅନୁସାରେ ଆମଦାନୀ ହୋଇଥିବା ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବା ଉଚିତ। ଏହା କେବଳ ବୈଦେଶିକ ମୁଦ୍ରା ସଞ୍ଚୟ କରିବ ନାହିଁ ବରଂ ଯୁଦ୍ଧର ନକାରାତ୍ମକ ପ୍ରଭାବକୁ ମଧ୍ୟ ହ୍ରାସ କରିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ସମୟରେ,ଆମେ ଘରୁ କାମ, ଅନଲାଇନ୍ ବୈଠକ,ଭିଡିଓ କନଫରେନ୍ସ ପରି ଅନେକ ବ୍ୟବସ୍ଥା ଆପଣାଇଥିଲୁ। ଆମେ ସେଗୁଡ଼ିକରେ ଅଭ୍ୟସ୍ତ ହୋଇଗଲୁଣି। ଏବେ ସେହି ଅଭ୍ୟାସଗୁଡ଼ିକୁ ପୁଣି ଥରେ ଆରମ୍ଭ କରିବାର ସମୟ ଆସିଛି,କାରଣ ଏହା ଦେଶର ସର୍ବୋତ୍ତମ ହିତରେ ହେବ ଏବଂ ଆମେ ସେଗୁଡ଼ିକୁ ପୁଣି ଥରେ ପ୍ରାଥମିକତା ଦେବା ଉଚିତ।