ବାଳକାଟି/ଭୁବନେଶ୍ଵର: ବାଳକାଟି ସ୍ଥିତ ଭାର୍ଗବୀ ନଦୀ ପଠାରେ ଚାଲିଥିଲା ‘ତାରିଣୀ ଗଣନାଟ୍ୟ’ର ଆଖଡ଼ା ଶାଳା। ହେଲେ ଏହି ଆଖଡ଼ାଶାଳା ଉପରେ ବାଜିଛି ପ୍ରଶାସନିକ କଟକଣା। ବିନା କୌଣସି ବୈଧ ଅନୁମତିରେ ନଦୀ ପଠାରେ ତମ୍ବୁ ଟାଣି ଚାଲିଥିବା ଏହି ଆଖଡ଼ା ଶାଳାକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସବୁଠୁ ବଡ଼ କଥା ତାରିଣୀ ଗଣନାଟ୍ୟର ମାଲିକାଣୀ ହେଉଛନ୍ତି ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ଆଇଟମ ଗାର୍ଲ ନିଶା ମହାରଣା। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ ନିଶା ମହାରଣାଙ୍କ ଯାତ୍ରା ପାର୍ଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 

ମିଳିଥିବା ସୂଚନା ଅନୁଯାୟୀ, ଭାର୍ଗବୀ ନଦୀରେ ବନ୍ୟା ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ ଆଖଡ଼ା ଶାଳାର ଟେଣ୍ଟ ଭିତରକୁ ପାଣି ପଶିଯାଇଥିଲା। ଏହା ଦ୍ୱାରା ଯାତ୍ରା କଳାକାର ଓ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇଥିଲା। ଘଟଣାର ସ୍ଥିତିକୁ ଦୃଷ୍ଟିରେ ରଖି ବାଲିଅନ୍ତା ତହସିଲଦାର, ଭୁବନେଶ୍ଵର ସବ-କଲେକ୍ଟର, ଜୋନ୍-୪ ଏସିପି ଏବଂ ବାଲିଅନ୍ତା ଥାନା ଅଧିକାରୀ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

Also Read: ଆସନ୍ତା ଦୀପାବଳି ସୁଦ୍ଧା ସମାଧାନ ଲକ୍ଷ୍ୟ, ନୂଆଦିଲ୍ଲୀରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ତଦନ୍ତ ବେଳେ ପ୍ରଶାସନିକ ଅନୁମତି ନନେଇ ଏହି ଆଖଡ଼ା ଶାଳା ଚାଲିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପ୍ରଶାସନିକ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ତାରିଣୀ ଗଣନାଟ୍ୟର ମାଲିକାଣୀ ନିଶା ମହାରଣା ଏବଂ ସମ୍ପୃକ୍ତ ମ୍ୟାନେଜରଙ୍କୁ କଡ଼ା ତାଗିଦ କରିଛନ୍ତି। ନଦୀ ପଠା ଭଳି ସମ୍ବେଦନଶୀଳ ସ୍ଥାନରେ ବିନା ଅନୁମତିରେ ଆଖଡ଼ା ଚଳାଇଥିବାରୁ, ଯଥାଶୀଘ୍ର ସେହି ସ୍ଥାନ ଖାଲି କରି ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାଯୋଗ୍ୟ, ଯାତ୍ରା ମଞ୍ଚରେ ଆଇଟମ ନୃତ୍ୟ ପରିବେଷଣ କରି ସର୍ବଦା ଚର୍ଚ୍ଚା ଏବଂ ବିବାଦରେ ରହି ଆସିଛନ୍ତି ନିଶା ମହାରଣା। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ରାଜ୍ୟର ଅନେକ ସ୍ଥାନରେ ବିବାଦୀୟ ପରିସ୍ଥିତି ମଧ୍ୟ ଉପୁଜିଛି। ଏସବୁ ମଧ୍ୟରେ ନୂଆ ଯାତ୍ରା ଋତୁ ଆରମ୍ଭ ହେବା ପୂର୍ବରୁ ନିଶା ମହାରଣା ବହୁ ପୁରୁଣା ଯାତ୍ରା ପାର୍ଟି ତାରିଣୀ ଗଣନାଟ୍ୟର ମାଲିକାଣୀ ହୋଇଛନ୍ତି