ଦେବଗଡ଼ ୧୫।୮: ଜାତୀୟ ପତାକା ଉତ୍ତୋଳନ ପରେ ହଠାତ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ । ତଳେ ଗଡ଼ିଲେ । ଅସ୍ବାଭାବିକ ଆଚରଣ କଲେ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଦେଖିବାକୁ ମିଳିଛି ଏମିତି ଅଘଟଣ । ପତାକା ଉତ୍ତୋଳନ ପରେ ୯ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତେ ତଳେ ଗଡ଼ିଯାଇ ଅସ୍ବାଭାବିକ ଆଚରଣ ଦେଖାଇଥିଲେ । ଏଭଳି ଦୃଶ୍ୟ ଦେଖି ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଅସୁସ୍ଥ ତିନି ଜଣ ଛାତ୍ରୀ ବାରକୋଟ ଚିକିତ୍ସାଳୟରେ ଭର୍ତ୍ତି ।

ଶନିବାର ବିଦ୍ୟାଳୟରେ ସ୍ବାଧିନତା ଦିବସ ପାଳନ ପାଇଁ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିବା ବେଳେ ହଠାତ୍ ଜନୈକା ଛାତ୍ରୀଙ୍କ ଠାରେ ଅସ୍ବାଭାବିକ ଆଚରଣ ଦେଖାଦେଇଥିଲା । ପରେ ମୋଟ୍ ୯ ଜଣ ଛାତ୍ରୀଙ୍କ ଠାରେ ସମାନ ଆଚରଣ ଦେଖାଦେବା ସହ ସେମାନେ କାନ୍ଦିଥିଲେ । ସ୍କୁଲ ପକ୍ଷରୁ ସେମାନଙ୍କ ମଧ୍ଯରୁ ୩ ଜଣଙ୍କୁ ନିକଟସ୍ଥ ବାରକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଅନ୍ଯ ୬ ଜଣ ଛାତ୍ରୀଙ୍କୁ ପରିବାର ଲୋକ ଗ୍ରାମର ମହାମାୟୀ ମନ୍ଦିରକୁ ନେଇ ଝଡାଫୁଙ୍କା କରିଥିବା ସୂଚନା ମିଳିଛି ।

Also Read:- ସୁବର୍ଣ୍ଣରେଖା-ଜଳକାରେ ବନ୍ୟା: ୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ଖବର ପାଇ ଦେବଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁ ଡାକ୍ତରଖାନାରେ ପହଞ୍ଚି ସମସ୍ତଙ୍କର ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସମସ୍ତ ଚିକିତ୍ସାଧିନ ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

Watch Video: