ଭୋଗରାଇ ୨୬।୧୦: ଅସହ୍ୟ ହେଲାଣି ବାଲେଶ୍ବର ଜିଲ୍ଲା ତାଳସାରି ସାମୁଦ୍ରିକ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ଦାଦାଗିରି । ୮ ମାସ ଭିତରେ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗକୁ ନେଇ ସ୍ଥାନୀୟ ଅଂଚଳରେ ତେଜୁଛି ଜନ ଅସନ୍ତୋଷ ।

ନିକଟରେ ଜଣେ ହୋଟେଲ ମ୍ୟାନେଜରଙ୍କୁ ବିଚ୍ ରାସ୍ତାରେ IIC ଶ୍ରବଣ କୁମାର ମହାରଣା ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ତାଳସାରି ହୋଟେଲ ମାଲିକ ସଂଘ ପକ୍ଷରୁ SDPOଙ୍କ ଠାରୁ ଆରମ୍ଭ କରି SPଙ୍କ ଯାଏଁ ଅଭିଯୋଗ ହୋଇଛି । ସପ୍ତାହେ ଭିତରେ ନ୍ୟାୟ ନମିଳିଲେ ଥାନା ଘେରାଉ କରିବାକୁ ଚେତାବନୀ ଦେଇଛି ହୋଟେଲ ମାଲିକ ସଂଘ । ସେମାନଙ୍କ ଅଭିଯୋଗ ତାଳସାରିରେ ବିଭିନ୍ନ ହୋଟେଲରୁ ବଟି ଆଦାୟ କରୁଛନ୍ତି ପୋଲିସ ବାବୁ । ଆଉ ଟଙ୍କା ନଦେଲେ ଏଭଳି ଆକ୍ରୋଶମୂଳକ ଭାବେ ମାରପିଟ୍ କରୁଛନ୍ତି ।

Also Read:- ଗୋପାଳପୁର ଠାରୁ ୫୮୦ କି.ମି. ଦୂରରେ ‘ଅର୍ଣ୍ଣବ’, ୧୫ କି.ମି. ବେଗରେ ଆଗକୁ ବଢ଼ୁଛି

ସେହିଭଳି ସ୍ଥାନୀୟ ଅଂଚଳରେ ବାଲି ମାଫିଆଙ୍କୁ ସପୋର୍ଟ କରି ପ୍ରତିବାଦ କରୁଥିବା ସାଧାରଣ ଲୋକଙ୍କ ବିରୋଧରେ ମାମଲା କରିବାର ଅଭିଯୋଗ ମଧ୍ୟ ହୋଇ ଆସୁଛି । ଏମିତିରେ ତାଳସାରି ସାମୁଦ୍ରିକ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।