ଭୁବନେଶ୍ୱର ୧୯/୦: Scb ତାତିରେ ଗୃହ ଅଚଳ । ଗୃହ ଆରମ୍ଭରୁ ବିରୋଧିଙ୍କ ହଟଗୋଳ । ଏସିସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ। ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ହୋହଲ୍ଲା ଭିତରେ ପ୍ରଶ୍ନକାଳ ଜାରି । ତଥାପି ପ୍ରଶ୍ନକାଳ କିଛି ସମୟ ଚାଲିବା ପରେ ଆଉ ଚାଲିପାରିନଥିଲା । ଫଳରେ ଗୃହକୁ ମୁଲତବୀ କରିଖିଲେ ବାଚସ୍ପତି ।

also read...

Jajpur Scam: କୋରେଇ ଶିକ୍ଷା ବିଭାଗରେ ବଡ଼ ଧରଣର ହେରଫେର୍‌, ଭିଜିଲାନ୍ସ ଜାଲରେ ପରିବାର

ଆଜି ବି କାଲି ପରି ସରଗରମ ରହିଥିଲା ବିଧାନସଭା । ଗୃହରେ ଦେଖାଦେଇଥିଲା SCB ତାତି। ତେବେ ଆଜି ଯୋଜନା ଓ ସଂଯୋଜନା, ଜଳ ସମ୍ପଦ, ଇସ୍ପାତ ଓ ଖଣି, ବାଣିଜ୍ୟ, ପରିବହନ , ସୂଚନା ଓ ଲୋକସମ୍ପର୍କ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଭଳି ବିଭାଗର ରହିଛି ପ୍ରଶ୍ନକାଳ । ଶୂନ୍ୟକାଳରେ ବି SCB ଟ୍ରାଜେଡି ଘଟଣାରେ ମୁହାମୁହିଁ ହୋଇଛନ୍ତି ବିରୋଧୀ - ଶାସକ। ଦ୍ବିତୀୟ ଅଧ୍ୟାୟରେ ଜଳସମ୍ପଦ ବିଭାଗର ୨୦୨୬-୨୭ ଆର୍ଥିକ ବର୍ଷର ଖର୍ଚ୍ଚ ଦାବି ଉପରେ କେମିତି ହେବ ଆଲୋଚନା ସେନେଇ ଦ୍ୱନ୍ଦ୍ୱ ଦେଖାଗଲାଣି ।