ସୋନପୁର ୧୫।୪: ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଭଳି ଅଭିଯୋଗ ଆଣିଲେ ମୃତ ଶିଶୁର ପରିବାର ଲୋକ । ଡାକ୍ତର SNCUରେ ଭର୍ତ୍ତି କରିବା ପାଇଁ ଲେଖିଥିବା ବେଳେ ଦାୟିତ୍ୱରେ ଥିବା ସେବିକା ମାନେ ରଖି ନଥିବା ପରିବାର ଲୋକ କହିଛନ୍ତି ।  ଫଳରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଛି । ପ୍ରସୂତୀ ମାଆ ବେଡ୍‌ରେ ପଡ଼ିଥିବା ବେଳେ ମୃତ ଶିଶୁକୁ ଧରି ଦୀର୍ଘ ସମୟ ବାହାରେ ବସିଥିଲେ ପରିବାର ଲୋକ ।

ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖ ସୋମବାର ଦିନ ବୌଦ୍ଧ ଜିଲ୍ଲା ପତ୍ରାପାଲି ଗାଁର ସୁରେନ୍ଦ୍ର ନାଏକ ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ସୁବର୍ଣ୍ଣପୁର ପ୍ରସୂତି କାଳୀନ ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ମହିଳାଙ୍କର ଅସ୍ତ୍ରୋପଚାର କରାଇଥିବା ବେଳେ କମ୍ ଓଜନର ଶିଶୁ ଜନ୍ମ ହୋଇଥିଲା । ତେବେ ଦାୟିତ୍ୱରେ ଥିବା ଡାକ୍ତର ଶିଶୁଟିକୁ SNCUରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ହେଲେ ଦାୟିତ୍ୱରେ ଥିବା ନର୍ସ ମାନେ ଶିଶୁଟିକୁ SNCUରେ ଭର୍ତ୍ତି କରି ନଥିଲେ ।

Also Read:- Shree Mandira ratna bhandar: ବାହାର ରତ୍ନଭଣ୍ଡାରରରୁ ରତ୍ନ ଅଳଙ୍କାର ଗାଏବ, ତଦନ୍ତ ପାଇଁ ସିଂହଦ୍ୱାର ଥାନାରେ ଏତଲା

ପରେ ମଙ୍ଗଳବାର ଟିକା ଦେବା ପାଇଁ ଯାଇଥିବା ବେଳେ ସେଠାରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀ SNCUରେ ଭର୍ତ୍ତି କରିବାକୁ କହିଥିଲେ । ତେବେ ଟିକା ଦେବା ପରେ ଶିଶୁର ସ୍ୱାସ୍ଥ୍ୟ ଆହୁରି ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି । ଏହାସତ୍ତ୍ୱେ ବି ଶିଶୁକୁ SNCUରେ ଭର୍ତ୍ତି କରାଯାଇ ନଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏମିତିକି ପରିବାର ଲୋକ ଦୀର୍ଘ ସମୟ ଧରି ମୃତ ଶିଶୁକୁ ଧରି ବାହାରେ ବସିଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ସେପଟେ ଏନେଇ ଅଭିଯୋଗ ପରେ ଦୁଃଖ ପ୍ରକାଶ କରିବା ସହିତ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଘଟଣାର ତଦନ୍ତ ହେବ । ଯିଏ ବି ଅବହେଳା କରିଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି CDMO କହିଛନ୍ତି ।