ବ୍ରହ୍ମପୁର ୦୨।୦୬ : ଗଞ୍ଜାମ କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା । ମୃତ ସୁଶାନ୍ତ ସାହୁଙ୍କର ହେଲା ପୋଷ୍ଟମର୍ଟମ। MKCG ମେଡିକାଲ FMT ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାସ, ଫୁଲବାଣୀ ମେଡିକାଲ କଲେଜ FMT ବିଭାଗୀୟ ଡାକ୍ତର ହେମନ୍ତ ପାଣିଗ୍ରାହୀ ଏବଂ MKCG ମେଡିକାଲ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଦୀପାଳି ପୃଷ୍ଟିଙ୍କୁ ନେଇ ତିନି ଜଣିଆ କମିଟି ଶବ ବ୍ୟବଚ୍ଛେଦ କରିଛନ୍ତି । ମୃତ ସୁଶାନ୍ତ ସାହୁଙ୍କ ଶରୀରର ବିଭିନ୍ନ ଅଂଶରେ ଲାଗିଥିବା ଆଘାତକୁ ଚିହ୍ନଟ କରାଯାଇଛି । ଏଥି ସହ ସୁଶାନ୍ତଙ୍କ ଭିସାରା ମଧ୍ୟ ସଂଗ୍ରହ କରାଯାଇଛି।

Also Read:-Shani Dosh: ପ୍ରେମରେ ପ୍ରତାରଣା, ଧୋକା, ପାରିବାରିକ କଳହ ଓ ବିବାଦ; ଆପଣଙ୍କ ଜାତକରେ ନାହିଁ ତ ‘ଶନି ଦୋଷ’ ? ଆପଣାନ୍ତୁ ଏହି ଉପାୟ

ତେବେ ସବୁଠୁ ବଡ଼ କଥା ହେଲା ମୃତ ସୁଶାନ୍ତ ସାହୁଙ୍କ ନାଁ ଅଭିଯୁକ୍ତ ତାଲିକାରେ ନଥିବା ସତ୍ବେ ତାଙ୍କୁ ପୋଲିସ ଉଠାଇ ଆଣିଥିଲା। ଏପରିକି ଥାନାରେ ଟର୍ଚର କରିଥିବା ଅଭିଯୋଗ ହୋଇଛି। ହାଜତ ମୃତ୍ୟୁର ମାମଲାରେ ଆକ୍ସନ ହୋଇଛି। IPS ନୀତେଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରାଯାଇଛି। କବିସୂର୍ଯ୍ୟନଗର ଥାନାର ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୋଲିସଙ୍କୁ ବଦଳି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। HRPCର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ବିଭାଗ।