ନୂଆଦିଲ୍ଲୀ, ୨୭। ୦୭ : କଥାରେ ଅଛି ''ଛୋଟା ପ୍ୟାକେଟ ବଡା ଧମାକା I ଠିକ ସେହିପରି ୧୫ ବର୍ଷୀୟ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି I ଭାରତୀୟ କ୍ରିକେଟ୍ର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଉଚ୍ଚକୋଟିର ପ୍ରଦର୍ଶନ ମାଧ୍ୟମରେ କ୍ରିକେଟ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ମାତ୍ର ୧୫ ବର୍ଷ ବୟସରେ ପୁରୁଷ ଆନ୍ତର୍ଜାତୀୟ କ୍ରିକେଟ୍ରେ ସବୁଠାରୁ କମ ବୟସ୍କ ଖେଳାଳି ଭାବେ 'ପ୍ଲେୟାର ଅଫ୍ ଦି ସିରିଜ୍' ପୁରସ୍କାର ହାସଲ କରି ସେ ଏବେ ସଫଳତାର ଶୀର୍ଷରେ ଅଛନ୍ତି ।

ଜିମ୍ବାୱେ ବିପକ୍ଷରେ ହରାରେଠାରେ ଖେଳାଯାଇଥିବା ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜକୁ ଭାରତ ୩-୦ରେ କ୍ଲିନ୍ ସୁଇପ୍ କରିଛି। ଏହି ସିରିଜରେ ବୈଭବ ସର୍ବାଧିକ ୧୫୧ ରନ୍ ସଂଗ୍ରହ କରି ମୁଖ୍ୟ ସ୍କୋରର୍ ରହିଥିଲେ। ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ରେ ବୈଭବ ମାତ୍ର ୪୯ ବଲ୍ରୁ ଚମତ୍କାର ୮୧ ରନ୍ ଅର୍ଥାତ ,୮ ଚୌକା ଓ ୪ ଟି ଛକା ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ।

Also Read :- ବୈଭବଙ୍କୁ ଏହି କାମ କରିବାକୁ ହେବ, ନହେଲେ ବ୍ୟାଟିଂ ଉପରେ ବିପଦ ! ଏମିତି କାହିଁକି କହିଲେ କୋଚ୍ ଲକ୍ଷ୍ମଣ ?

ପ୍ରଥମ ମ୍ୟାଚ୍ରେ ମାତ୍ର ୧୮ ବଲ୍ରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ଏହି ବାମହାତୀ ଓପନର୍ ନିଜର ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପାଇଁ ଗୌରବ ଆଣିଥିଲେ । ଇଂଲଣ୍ଡ ଗସ୍ତରେ ଖରାପ ଫର୍ମ ସତ୍ତ୍ୱେ ଚୟନକର୍ତ୍ତାମାନେ ତାଙ୍କୁ ଜିମ୍ବାୱେ ବିପକ୍ଷରେ ସୁଯୋଗ ଦେଇଥିଲେ, ଯାହାକୁ ସେ ସଫଳତାର ସହ ପ୍ରମାଣିତ କରି ଦେଖାଇଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଖୁବ କମ ସମୟ ମଧ୍ୟରେ ତରୁଣ କ୍ରିକେଟ ପ୍ରେମୀଙ୍କ ମନ ପସନ୍ଦର ଖେଳାଳି ଭାବରେ ବେଶ ପ୍ରତିଷ୍ଠା ହାସଲ କଲେଣି I ଖାଲି ସେତିକି ନୁହେଁ ବୈଭବ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ଅନେକ କ୍ରୀଡା ପ୍ରେମୀ ବିଚାରକୁ ନିଅନ୍ତି I