ନୂଆଦିଲ୍ଲୀ : ପୂର୍ବରୁ  ସମୟ ଥିଲା ଅଲଗା।  ଫେମସ୍ ହେବାକୁ ବା ଲୋକପ୍ରିୟତା ପାଇଁ ବହୁତ ସମୟ  ଲାଗୁଥିଲା। ଏଥିପାଇଁ ଖୁବ୍ କଠିନ ପରିଶ୍ରମ  ବି କରିବାକୁ ପଡ଼ୁଥିଲା। ହେଲେ ଆଜିର ସୋସିଆଲ ମିଡିଆ ଯୁଗରେ କେହି ବି  ରାତାରାତି ହୋଇ ପାରୁଛନ୍ତି ଭାଇରାଲ୍। ବିଶ୍ୱସ୍ତରରେ ତାଙ୍କୁ ଏକ ଭିନ୍ନ  ପରିଚୟ ବି ମିଳି ପାରୁଛି।  ବିଶ୍ୱର ପ୍ରାୟ ୮୦% ଜନସଂଖ୍ୟା ସୋସିଆଲ ମିଡିଆ ସହିତ ଜଡିତ ଥିବାରୁ, ଫେସବୁକ୍, ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହଜ ହେଉଛି। ନେପାଳର ଜଣେ ଯୁବତୀଙ୍କ କ୍ଷେତ୍ରରେ ଏମିତି କିଛି ଦେଖିବାକୁ ମିଳିଛି। ଯିଏ ମାତ୍ର ଦୁଇ ଦିନରେ ହାସଲ କରିଛନ୍ତି ଖୁବ୍ ଲୋକପ୍ରିୟତା । ପୂର୍ବରୁ ଯାହାଙ୍କୁ ଜାଣି ନଥିଲେ ଲୋକେ,  ବର୍ତ୍ତମାନ ତାଙ୍କର ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଲକ୍ଷ ଲକ୍ଷ ଫଲୋଅର୍ସ। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ସେନ୍ସେସନ କିଏ।

ସୋସିଆଲ ମିଡିଆ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି।  ଯେଉଁଠାରେ ଯେ କେହି ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିପାରିବେ। ଏଥିରୁ ବାଦ୍ ପଡ଼ି ନାହାନ୍ତି ନେପାଳର ବାସିନ୍ଦା ଅଞ୍ଜନା ଦାସ। ନିଜର ଟାଲେଣ୍ଟ ଯୋଗୁ ସେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ଅଞ୍ଜନା ଦାସ ଜଣେ ସାଧାରଣ ଯୁବତୀ ନୁହଁନ୍ତି। ସେ ନେପାଳର ଜଣେ ପ୍ରତିଭାଶାଳୀ ମଡେଲ ଏବଂ ଅଭିନେତ୍ରୀ।

 ଅଭିନେତ୍ରୀରୁ କେମିତି ସୋସିଆଲ୍ ମିଡିଆ ସେନସେସନ୍

ଅଞ୍ଜନା ଅନେକ ନେପାଳୀ ଚଳଚ୍ଚିତ୍ରରେ କାମ କରିଛନ୍ତି,  ଯଦିଓ ତାଙ୍କ କାମ ମୁଖ୍ୟତଃ ନେପାଳ ଭିତରେ ହିଁ ସୀମିତ ରହିଛି। କିନ୍ତୁ ଅଞ୍ଜନାଙ୍କ ଇଚ୍ଛା ସେ ବଲିଉଡ୍ ଏବଂ ହଲିଉଡ୍ ଭଳି ପ୍ରମୁଖ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରି ସଫଳତା ପାଇବା। ଦୁର୍ଭାଗ୍ୟବଶତଃ, ନେପାଳୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତୁଳନାତ୍ମକ ଭାବରେ ଛୋଟ। ସେଥିପାଇଁ  ଚଳଚ୍ଚିତ୍ରଗୁଡ଼ିକ ନିର୍ମିତ ହେଲେ, ସେଗୁଡ଼ିକ ପ୍ରାୟତଃ କେବଳ ସ୍ଥାନୀୟ ଦର୍ଶକଙ୍କ ପାଖରେ ପହଞ୍ଚିପାରେ । ଫଳସ୍ୱରୂପ, ନେପାଳବାସୀ  ବି  ତାଙ୍କୁ ଭଲ ଭାବେ ଚିହ୍ନିପାରନ୍ତି ନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମର ଉପଯୋଗ କରି, ଅଞ୍ଜନା ଏବେ ବେଶ୍  ପ୍ରସିଦ୍ଧି ହାସଲ କରିଛନ୍ତି। ଆଉ ତାଙ୍କ ଲୋକପ୍ରିୟତା ଏବେ ଦେଶ ବାହାରେ ବି ଦେଖିବାକୁ ମିଳିଛି।  ସେଥିପାଇଁ  ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମାତ୍ର ଦୁଇ ଦିନରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତାଙ୍କର ଲକ୍ଷ୍ୟ ହେଉଛି ତାଙ୍କ ସୌନ୍ଦର୍ଯ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା।  ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ, ସେ ସଫଳତାର ସହ ବିଶ୍ୱ ସ୍ତରରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ବି ହୋଇଛନ୍ତି। ଯାହା ତାଙ୍କୁ  ଫିଲ୍ମ ଇଣ୍ଡଷ୍ଟ୍ରି ଦେଇ ପାରିଲାନି। ସେସବୁ ଦେଇଛି ସୋସିଆଲ୍ ମିଡିଆ। ରାତାରାତି ସେ ପାଲଟିଛନ୍ତି ସେନସେସନ୍। 

 Also Read- Somy Ali: ସୋମିଙ୍କ ପାଇଁ ଭାଙ୍ଗିଥିଲା ସଲମାନ-ସଙ୍ଗୀତାଙ୍କ ବିବାହ, କହିଲେ-ଗୋଟିଏ ହାତରେ ତାଳି ବାଜେନି