ମୁମ୍ବାଇ: ମହାରାଷ୍ଟ୍ରର ବାରାମତୀ ବିଧାନସଭା ସିଟରେ ହୋଇଥିବା ଉପନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ (NCP)ର ପ୍ରାର୍ଥୀ ସୁନେତ୍ରା ପାଓ୍ବାର ରେକର୍ଡ ବିଜୟ ହାସଲ କରିଛନ୍ତି । ସେ ନିଜ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ନଭ ରାଷ୍ଟ୍ରୀୟ ସମାଜ ପାର୍ଟୀର ଆରଓ୍ବାଇ ଘୁଟୁକଡେଙ୍କୁ ୨,୧୮,୯୩୦ ଭୋଟର ବଡ଼ ବ୍ୟବଧାନରେ ହରାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ବ୍ୟବଧାନ ବାରାମତୀ ନିର୍ବାଚନ କ୍ଷେତ୍ର ଇତିହାସରେ ଏପର୍ଯ୍ୟନ୍ତର ସବୁଠୁ ବଡ଼ ବିଜୟ। ହେଲେ ଦିବଙ୍ଗତ ବିଜୟ ପାଓ୍ବାରଙ୍କ ସ୍ମୃତିରେ ସୁନେତ୍ରା, ସମର୍ଥକଙ୍କୁ ସାର୍ବଜନୀନ ଉତ୍ସବ ପାଳନ କରିବାକୁ ମନା କରିଛନ୍ତି। ସୁନେତ୍ରା ପାଓ୍ବାର ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ମତଦାତାମାନେ ଯେଉଁ ବିଶ୍ବାସ ଦେଖାଇଛନ୍ତି, ତାହା ଦିବଙ୍ଗତ ଅଜିତ ପାଓ୍ବାରଙ୍କ ପବିତ୍ର ସ୍ମୃତିଙ୍କୁ ସମର୍ପିତ।

ଏହା ସହ ସେ କର୍ମୀ ଏବଂ ସମର୍ଥକଙ୍କୁ ବିଜୟ ରାଲି, ରଙ୍ଗ ନଖେଳିବା ଏବଂ ସଂପୂର୍ଣ୍ଣ ସଂଯମ ବଜାୟ ରଖିବା ପାଇଁ ଅପିଲ କରିଛନ୍ତି। ସୁନେତ୍ରା ପାଓ୍ବାର ଲେଖିଛନ୍ତି ଯେ, ଏହା ଦାଦାଙ୍କ ଆଦର୍ଶ ଅନୁରୂପ ବ୍ୟବହାରର ସମୟ। ବାରାମତୀଙ୍କ ଜନତାଙ୍କୁ ଧନ୍ୟବାଦ। ଏହା ଅନ୍ତ ନୁହେଁ, ବରଂ ନୂଆ ସଂକଳ୍ପ ଏବଂ ନୂଆ ବାରାମତୀର ଆରମ୍ଭ। ସୂଚନାଥାଉକି, ସମୁଦାୟ ୨୩ ଆଶାୟୀ ମଇଦାନରେ ଥିଲେ। କିନ୍ତୁ ମୁକାବିଲା ସଂପୂର୍ଣ୍ଣ ଭାବରେ ଏକତରଫା ରହିଥିଲା।

Also Read: ପଶ୍ଚିମବଙ୍ଗରେ ଜିତିଲା ବିଜେପି, ହେଲେ ଆଜି କରି ପାରିବନି ସେଲିବ୍ରେସନ, ରୋକ୍ ଲଗାଇଲେ ରୋକ୍ ଲଗାଇଲେ ECI

ସୁନେତ୍ରା ପାଓ୍ବାରଙ୍କ ପୁଅ ମଧ୍ୟ କଲେ ଅପିଲ୍

ସୁନେତ୍ରା ପାଓ୍ବାରଙ୍କ ପୁଅ ଜୟ ପାଓ୍ବାର ସୋମବାର ଧନ୍ୟବାଦ ଦେଇ କହିଛନ୍ତି ଯେ, ଆମ ଭିତରୁ କେହିବି ଏଭଳି ନିର୍ବାଚନ ଚାହୁନଥିଲା। ସେ ପଡ଼ୋଶୀ ଭୋର୍ ତହସିଲରେ ୪ ବର୍ଷୀୟ ଶିଶୁ ସହ ହୋଇଥିବା ବଳାତ୍କାର ଏବଂ ହତ୍ୟା ଘଟଣାକୁ ଉଲ୍ଲେଖ କରି କହିଥିଲେ ଏଭଳି ପରିସ୍ଥିତିରେ ଉତ୍ସବ ପାଳନ କରିବା ନେଇ ପ୍ରଶ୍ନ ଉଠୁନାହିଁ। ଜୟ ପାଓ୍ବାର କହିଛନ୍ତି ଏହି ଅଭିଯାନ ଆମର ସବୁ ଶୁଭଚିନ୍ତକଙ୍କ ପ୍ରୟାସ। ତାଙ୍କ ପ୍ରୟାସ ଯୋଗୁ ଆମେ ସଫଳ ହୋଇଛି।

ସୂଚନାଥାଉକି, ଜାନୁଆରୀ ୨୦ରେ ପୁନେର ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ଅକାଳ ବିୟୋଗ ହୋଇଥିଲା। ଯାହାପରେ ଏହି ଉପନିର୍ବାଚନ କରାଯାଇଛି। ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ସୁନେତ୍ରା ପାଓ୍ବାର ସହାନୁଭୂତି ଲହର ଏବଂ ପରିବାରର ପାରମ୍ପରିକ ସିଟ୍ ସହ ଆଗକୁ ବଢ଼ୁଛନ୍ତି। ସୂଚନାଥାଉକି, କୌଣସି ବି ପ୍ରମୁଖ ବିରୋଧୀ ଦଳ ତାଙ୍କ ବିରୋଧରେ ନିଜ ଆଶାୟୀ ଓହ୍ଲାଇନଥିଲେ।