ଟିଟିଲାଗଡ଼ ୯।୧୦: ନୋ ଡିଷ୍ଟ୍ରିକ୍ଟ ନୋ ଭୋଟ୍ । ଜିଲ୍ଲା ମାନ୍ୟତା ନମିଳିଲେ କଲେଜ ନିର୍ବାଚନ ବନ୍ଦ ଡାକରା । ପୁଣି ମୁଣ୍ଡ ଟେକିଲା ଟିଟିଲାଗଡ଼ ଜିଲ୍ଲା ଦାବି ଆନ୍ଦୋଳନ । ଏଥର ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ମାନ୍ୟତା ନମିଳିବା ଯାଏଁ କଲେଜ ନିର୍ବାଚନ ହେବାକୁ ଦିଆଯିବ ନାହିଁ ବୋଲି ଡାକରା ଦେଇଛି ଷ୍ଟୁଡେଣ୍ଟସ୍ ଆକ୍ସନ କମିଟି । ‘ନୋ ଡିଷ୍ଟ୍ରିକ୍ଟ, ନୋ ଭୋଟ୍’ ନାରା ଦେଇ ଛାତ୍ର ସଂସଦ ନିର୍ବାଚନକୁ ଜିଲ୍ଲା ଦାବି ଆନ୍ଦୋଳନ ସହ ଯୋଡ଼ିଛି କମିଟି ।

ଦୀର୍ଘ ୧୭ ବର୍ଷ ପରେ ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ୨୦୦୯ ମସିହାରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ବ୍ୟବଧାନ ପରେ କ୍ୟାମ୍ପସରେ ନିର୍ବାଚନୀ ମାହୋଲ ଫେରିବାକୁ ଥିବାବେଳେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଛାତ୍ର ସଂସଦର ସଭାପତି, ସମ୍ପାଦକ, ଉପସଭାପତି, ସହ ସମ୍ପାଦକଙ୍କ ସମେତ ବିଭିନ୍ନ କମିଟିର ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ନାମାଙ୍କନପତ୍ର ଦାଖଲ ହେବାର ଥିଲା । ହେଲେ ନିର୍ବାଚନକୁ ନେଇ ଏବେ ଜିଲ୍ଲା ଦାବି ଆନ୍ଦୋଳନ ନୂଆ ମୋଡ଼ ନେଇଛି ।

Also Read:- ତ୍ୟାଗ, ସେବା ଓ ସମର୍ପଣର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ, ତାଙ୍କ ଆଦର୍ଶରେ ଗଢ଼ିବ ବିକଶିତ ଓଡ଼ିଶା

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ଦୀର୍ଘଦିନରୁ ହୋଇଆସୁଛି । ଏହି ଦାବିକୁ ଆଗକୁ ନେବା ପାଇଁ ଛାତ୍ର ସମାଜ ଏବେ ନିର୍ବାଚନକୁ ମାଧ୍ୟମ କରିବାକୁ ଉଦ୍ୟମ କରିଛି । ଜିଲ୍ଲା ମାନ୍ୟତା ନମିଳିବା ପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ରଖିବାକୁ କମିଟିର ଡାକରା କେତେଦୂର ପ୍ରଭାବ ପକାଇବ ଏବଂ ନିର୍ବାଚନ ପ୍ରକ୍ରିୟା କେଉଁ ଦିଗକୁ ଗତି କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Watch Video: