ନୂଆଦିଲ୍ଲୀ ୨୦।୦୫; ଆଜି ଦେଶବ୍ୟାପୀ ମେଡିସିନ ଦୋକାନ ବନ୍ଦ ରହିବ । ଅଚଳ ହେବ ସ୍ୱାସ୍ଥ୍ୟ ସେବା, ଚିନ୍ତାରେ ରୋଗୀ ଓ ସମ୍ପର୍କୀୟ । ବିଭିନ୍ନ ଦାବିକୁ ନେଇ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ପକ୍ଷରୁ ଏହି ଦେଶବ୍ୟାପୀ ଧର୍ମଘଟ ଡାକରା । ଓଡ଼ିଶାରେ ମଧ୍ୟ ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଫଳରେ ରାଜ୍ୟର କୋଣ-ଅନୁକୋଣରେ ଔଷଧ ଦୋକାନ ଗୁଡ଼ିକ ସକାଳୁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ଫଳରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେବା ସହ ସାଧାରଣ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶାରେ ପ୍ରାୟ ୩୦ ହଜାର ଔଷଧ ଖୁଚୁରା ଓ ପାଇକାରୀ ମେଡ଼ିସିନ ଦୋକାନ ରହିଛି । ସକାଳୁ ସମସ୍ତ ଔଷଧ ଦୋକାନଗୁଡ଼ିକର ସଟର ପଡ଼ିଛି । ସେପଟେ ବନ୍ଦ ସମୟରେ ଜରୁରୀ ଔଷଧ ଯୋଗାଣ ଯେମିତି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରସ୍ତୁତ ରହିବାକୁ ଡ୍ରଗ୍ସ କଂଟ୍ରୋଲ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ୍ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବନ୍ଦ ଡାକରା କାହିଁକି ? କିଛି ତଥ୍ୟ ଉପରେ ନଜର ପକାନ୍ତୁ...

କାହିଁକି ଏହି ବନ୍ଦ ଡାକରା?

-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ନୀତି ବିରୋଧରେ ଏହି ଆନ୍ଦୋଳନ-ଅନଲାଇନ୍ରେ ଔଷଧ ବିକ୍ରି -ପ୍ରକ୍ରିୟାକୁ ବ୍ୟବସାୟୀ ସଂଘ ଦୃଢ଼ ଭାବରେ ବିରୋଧ କରୁଛି-ଅନଲାଇନ୍ ଔଷଧ ବିକ୍ରି ଯୋଗୁଁ ସ୍ଥାନୀୟ ଛୋଟ ବ୍ୟବସାୟୀମାନେ -ବହୁତ ପ୍ରଭାବିତ ହେଉଛନ୍ତି-ଏହି ବ୍ୟବସ୍ଥା ଦ୍ୱାରା ଖୁଚୁରା ଔଷଧ ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଛି-ମେଡ଼ିସିନ -ବ୍ୟବସାୟକୁ ବଡ଼ ବଡ଼ କର୍ପୋରେଟ୍ କମ୍ପାନୀଗୁଡ଼ିକ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚେଷ୍ଟା କରୁଛନ୍ତି-ଔଷଧ ଉପରେ -ବ୍ୟବସାୟୀମାନଙ୍କୁ ମିଳୁଥିବା ଲାଭାଂଶ ବା ମାର୍ଜିନକୁ କମାଇ ଦିଆଯାଇଛି-ମାର୍ଜିନ କମାଇବା ନିଷ୍ପତ୍ତିକୁ ଔଷଧ -ବ୍ୟବସାୟୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି-ଔଷଧ ବିକ୍ରି ଏବଂ ଏହାର ଲାଇସେନ୍ସ ପାଇବା ପ୍ରକ୍ରିୟାରେ ଅନେକ -ଜଟିଳ ନିୟମ ରହିଛି-ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ହିଁ ଏହି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ 

Also Read-India missed out on AI: ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଫ୍ଲୋ ବଦଳାଇ ଦେଇଛି AI ଟ୍ରେଡ୍: ଆଗକୁ ବଢ଼ୁଛନ୍ତି ତାଇୱାନ ଓ ଦକ୍ଷିଣ କୋରିଆ, ପଛରେ ପଢ଼ିଗଲା ଭାରତ