ନୂଆଦିଲ୍ଲୀ,|୦୬:ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିୟାନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ମଙ୍ଗଳବାର ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତାଙ୍କୁ ସଂଖ୍ୟାଲଘୁ ଏବଂ ମତ୍ସ୍ୟ ପାଳନ ଦାୟିତ୍ୱ ମିଳିଥିଲା । ଏହି ମନ୍ତ୍ରାଳୟରେ ସେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ।

କୁରିୟାନଙ୍କ ରାଜ୍ୟସଭାର କାର୍ଯ୍ୟକାଳ ପୂରା ହୋଇଛି । ତାଙ୍କ ଇସ୍ତଫା ନେଇ ରାଷ୍ଟ୍ରପତି ଭବନରୁ ମଧ୍ୟ ପ୍ରତିକ୍ରିୟା ଆସିଛି । ଏଥିରେ କୁହାଯାଇଛି ଯେ, ଭାରତର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଅନୁଚ୍ଛେଦ ୭୫(୨) ଆଧାରରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଜର୍ଜ କୁରିୟାନଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ।

Also Read :- ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ବଢୁଛି ମୃତ୍ୟୁ ସଂଖ୍ୟା : ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

କିଏ ଜର୍ଜ କୁରିୟାନ୍ ?

୬୫ ବର୍ଷୀୟ ଜଜ୍ ୨୦୨୪ ଅଗଷ୍ଟରେ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ବିଜେପିର ଜଣେ ବରିଷ୍ଠ ନେତା ଅଟନ୍ତି । ୧୯୮୦ ମସିହାରୁ ସେ ଦଳର ସଦସ୍ୟ ରହି ଆସିଛନ୍ତି । ଏବେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ତାଙ୍କୁ ପଦ ଛାଡିବାକୁ ପଡିଛି । କେରଳ ବିଧାନସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ପୁଣି ଥରେ ମନୋନୀତ କରାଯାଇ ନଥିବା ଚର୍ଚ୍ଚା ହେଉଛି ।

ସଂଖ୍ୟାଲଘୁ ମନ୍ତ୍ରାଳୟର ତଥ୍ୟ ଅନୁସାରେ, କୁରିୟାନ ୧୯୬୦ ଜୁନ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କେରଳରୁ ନିଜର ପଲିଟିକାଲ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ବିଜେପିରେ ଯୋଗ ଦେଇଥିଲେ । ସେ ଜାତୀୟ ସଂଖ୍ୟାଲଘୁ ଆୟୋଗଙ୍କ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ ।