ନୂଆଦିଲ୍ଲୀ, ୨୦।୧୧ : ଏନକାଉଣ୍ଟରରେ ନିହତ ହେଲା ଦାଉଦର ସହଯୋଗୀ । ହାର୍ଡକୋର୍ ଗ୍ୟାଙ୍ଗଷ୍ଟର୍ ତଥା ଅନେକ ମାମଲାରେ ସାମିଲ ଥିବା ଅପରାଧୀ ନସିମ୍ ଦୁରାନୀକୁ ନୋଏଡାରେ ଏନକାଉଣ୍ଟର କରାଯାଇଛି । ଏହି ୩୭ ବର୍ଷୀୟ ଗ୍ୟାଙ୍ଗଷ୍ଟର୍ ଦିଲ୍ଲୀ ଆଇନ ମନ୍ତ୍ରୀ କପିଲ ମିଶ୍ରାଙ୍କ କାର୍ଯ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲା ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦୁରାନୀ ହେଉଛି ଦାଉଦର ଖାସ୍ ସହଯୋଗୀ । ସେ ଡି-କମ୍ପାନୀ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଥିଲା । ଉତ୍ତରପ୍ରଦେଶର ବୁଲନ୍ଦସହରରେ ତାକୁ ନୋଏଡା ଏବଂ ଦିଲ୍ଲୀ ପୋଲିସର ମିଳିତ ଅପରେସନରେ ଏନକାଉଣ୍ଚର କରାଯାଇଛି ।

ଗତ ନଭେମ୍ବର ୧୬ ତାରିଖରେ ଦୁରାନୀ ଜଣେ ୨୬ ବର୍ଷୀୟ ଯୁବକ ସମୀରଙ୍କ ଉପରେ ୨୦ ରାଉଣ୍ଡ ଗୁଳିମାଡ଼ କରିଥିଲା । ଦିଲ୍ଲୀର ଖାଜୁରୀଖାସରେ ଏହି ଘଟଣା ଘଟିଥିଲା । ଗୁଳିମାଡ ପରେ ଯୁବକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁରାନୀ ଏବଂ ହାରୁନ ସୈଫି ଗ୍ୟାଙ୍ଗ୍ ମଧ୍ୟରେ ତାଲିଥିବା ଗ୍ୟାଙ୍ଗଓ୍ୱାର୍ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସକୁ ସୁରାକ ମିଳିଥିଲା ।

ପୋଲିସର କହିବାନୁସାରେ, ସମୀର ମଧ୍ୟ ଅପରାଧିକ ଘଟଣାରେ ସାମିଲ ଥିଲା । ଏକ ମାମଲାରେ କିଛି ଦିନ ତଳେ ତାକୁ ପୋଲିସ ଅଟକ ରଖିଥିଲା । ପରେ ପଚରାଉଚୁରା କରି ତାକୁ ଛାଡି ଦିଆଯାଇଥିଲା ।

ଦୁରାନୀର ଡି-କମ୍ପାନୀ ଲିଙ୍କ୍

ଦୁରାନୀ ରିଜଓ୍ୱାନ୍ ଭାବେ ପରିଚିତ ଥିଲା । ଗ୍ୟାଙ୍ଗଷ୍ଟର୍ ଛୋଟା ସକିଲ ସହ ତାର ଭଲ ସମ୍ପର୍କ ରହିଥିଲା । ଛୋଟା ସକିଲ ଦାଉଦର ଅନ୍ୟ ଜଣେ ପ୍ରମୁଖ ସହଯୋଗୀ । ଦୁରାନୀକୁ ୨୦୧୬ରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ହତ୍ୟା କରିବା ପାଇଁ ସକିଲ କହିଥିଲା । ପୂର୍ବରୁ ମଧ୍ୟ ସାମ୍ବାଦିକ ତାରେକ୍ ଫତେହଙ୍କୁ ଧମକ ଦେବା ମାମଲାରେ ଦୁରାନୀ ଗିରଫ ହୋଇ ସାରିଛି ।

Also Read :- ଶସ୍ତା ହୋଇଗଲା ସୁନା-ରୁପା : ରାତିରାତି ଖସିଗଲା ରେଟ୍ ! ଏବେ ଲକ୍ଷେ ଟଙ୍କାରେ ଭରିଏ ସୁନା

ତା ନାଁରେ ୨୦ରୁ ଅଧିକ ମାମଲା ରହିଥିଲା । ଏଥିରେ ହତ୍ୟା, ଦାଦାବଟି ଆଦାୟ ଏବଂ ଡକାୟତି ଭଳି ମାମଲା ଥିଲା । ଉତ୍ତର ପୂର୍ବ ଦିଲ୍ଲୀରେ ସେ ତାର ସାମ୍ରାଜ୍ୟ ବିସ୍ତାର କରିବା ଆରମ୍ଭ କରିଥିଲା । ପ୍ରଥମେ ଦୁରାନୀ ଗ୍ୟାଙ୍ଗ୍ ସହ ଆକି ଡନ୍ ଗ୍ୟାଙ୍ଗର ଟକ୍କର ହୋଇଥିଲା । ଆକି ଡନକୁ ହତ୍ୟା କରିବା ପରେ ଦୁରାନୀର ହାରୁନ୍ ଗ୍ୟାଙ୍ଗ୍ ସହ ମଧ୍ୟ କନ୍ଦଳ ଆରମ୍ଭ ହୋଇଯାଇଥିଲା ।