ନୂଆଦିଲ୍ଲୀ-;ମୃତ୍ୟୁକୁ ଆଉ ଚାରିଦିନ ବାକି ଥିଲା ନାନା କହିଥିଲେ କିଛି ଏଭଳି କଥା ...ଯାହା ନାନାଙ୍କ ଅବର୍ତ୍ତମାନରେ ବହୁତ ମନେପଡୁଛି l ଜୀବନ ଆଉ ମୃତ୍ୟୁ ଭିତରେ ଥିବା ବ୍ୟବଧାନ ବହୁତ ଭଲ ଭାବରେ ଅନୁଭବ କରିଥିଲେ ନାନା ପାଟେକର l ଅଭିନୟ ଜୀବନ ଭିତରେ ବାସ୍ତବ ଜୀବନର ଛାଇ ଆଲୁଅର ଖେଳକୁ ସେ ଅତି ପାଖରୁ ଦେଖିଥିଲେ l ସେଥି ପାଇଁତ ଜୀବନ ନାଟିକା ବନ୍ଦ ହେବାକୁ ଆଉ ମାତ୍ର ଚାରି ଦିନ ଥିବା ବେଳେ ନାନା ଜୀବନ ମୃତ୍ୟୁକୁ ନେଇ ଲମ୍ବା ଭାଷଣ ଦେଉଥିଲେ l ସେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି I ସେ ଭିଡିଓ ଦେଖିଲେ ଲାଗୁଛି ସତେ ଯେପରି ନାନାଙ୍କୁ ଆଗୁଆ ଖବର ପହଞ୍ଚି ସାରି ଥିଲା ଯେ ସେ ଆଉ ଖୁବ କାମ ସମୟର ଅତିଥି I

ଅକ୍ଟୋବର ୪ରେ ଗୋଆର ଡୋନା ପାଉଲ ଠାରେ ଆୟୋଜିତ ସମ୍ରାଟ କ୍ଲବ ଇଣ୍ଟରନ୍ୟାଶନାଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନାନା ...ଜୀବନ ଓ ମୃତ୍ୟ ସମ୍ପର୍କରେ ନିଜ ଚିନ୍ତା ଧାରା ବ୍ୟକ୍ତ କରିଥିଲେ I ସେତେବେଳେ ସେ କଥା ଏତେଟା ପ୍ରଭାବ ପକାଇ ନଥିଲା କିନ୍ତୁ ଗୁରୁବାର ନାନାଙ୍କ ମୃତ୍ୟୁ ପରେ ସେହି କଥା ଲୋକଙ୍କୁ ଭାବ ପ୍ରବଣ କରିଛି I ଏହି କାର୍ଯ୍ୟକ୍ରମରେ ନାନା ପାଟେକର ନିଜ ଜୀବନକୁ ନେଇ ପ୍ରଶ୍ନ ଉଠାଇ ଥିଲେ I ନାନା କହିଥିଲେ ପ୍ରତ୍ୟେକ ମଣିଷକୁ ଦିନେ ନା ଦିନେ ଏହି ଦୁନିଆ ଛାଡିବାକୁ ପଡିବ I ଆସନ୍ତା କଲି ମୁଁ ଏଠି ଥିବୀକି ନାହିଁ ତାହା ମୁଁ ଜାଣେନା I ପ୍ରତ୍ୟେକଙ୍କ ଜୀଵନେରେ ଦିନେ ନା ଦିନେ ଏହି ସମୟ ଆସିବ I କିନ୍ତୁ ସେହି ସମୟ ଆସିବା ପୂର୍ବରୁ ମୋତେ ନିଜକୁ ପଚାରିବାକୁ ହେବେ ଯେ ମୁଁ ଯାହା କରିବାକୁ ଚାହୁଁଥିଲି ତାହା କରି ପାରିଛି କି ନାହିଁ I

also read-; ଆଜି ରାତିରେ KBC ମଞ୍ଚରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ଅମିତାଭ ବଚ୍ଚନଙ୍କୁ ଦେବେ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

ପରିବାର ଭିତରେ ସୀମିତ ନରହି ସମାଜ ପାଇଁ ମଧ୍ୟ କିଛି କରିବାର ଆଵଶ୍ୟକତା ଅଛି ବୋଲି ନାନା ମତ ରଖିଥିଲେ l  ମତ ଭେଦ ଥିଲେ ମଧ୍ୟ ସାର୍ବଜନିକ ଜୀବନରେ ଶାଳୀନତା ବଜାୟ ରଖିବାକୁ ନାନା କହିଥିଲେ l ଆଉ ଏହାର ମାତ୍ର ଚାରି ଦିନ ପରେ ଅଭିନୟର ସେ ବେତାଜ ବାଦସା ସତକୁ ସତ ଏ ଦୁନିଆ ଛାଡି଼ ଦେଲେ l ନାନା ପାଟେକର ଅଭିନୟ କରିଥିବା ବାଜୁଦ ସିନେମାର ଶେଷ ଦୃଶ୍ୟ ଭଳି ତାଙ୍କ ଜୀବନ ମଧ୍ୟ ଅଭିନୟର ଆଲୁଅ ଅନ୍ଧାର ଭିତରେ କେତେବେଳେ ଶେଷ ହୋଇଗଲା ଜଣା ପଡିଲା ନାହିଁ l ଲାଇଟ କ୍ୟାମେରା ଆକ୍ସନ ଭିତରେ କେତେବେଳେ ମିଛ ପରଦା ସତ କାହାଣୀ ଲେଖିଦେଲା ଅନୁମାନ କରି ହେଲାନି l ନାନାଙ୍କ ମୃତ୍ୟୁ ପୂର୍ବର ଏହି କେଇ ପାଦ କଥା ଜଣାଇ ଦେଉଛି ସେ କେବଳ ଜଣେ ଭଲ ଅଭିନେତା ନଥିଲେ ସେ ନିଜର ଶେଷ ସମୟକୁ ମଧ୍ୟ ପୂର୍ବରୁ ଅନୁଭବ କରିପାରିଥିଲେ