ନୂଆଦିଲ୍ଲୀ, ୨୭/୦୯ : ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ଗତ ୨ ଦିନରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ମୋକୋକଚୁଙ୍ଗ ଜିଲ୍ଲାର ୮ ଏବଂ ତୁଏନସାଙ୍ଗ ଜିଲ୍ଲାର ୧୧ ଜଣ ସାମିଲ। ଜଣେ ପୁଲିସ ଅଧିକାରୀଙ୍କ ଅନୁସାରେ, ମଦ ପିଇବା ପରେ କିଛି ଲୋକଙ୍କୁ ଶ୍ଵାସକ୍ରିୟାରେ ସମସ୍ୟା ହୋଇଥିଲା । ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ମାମଲା ସାମ୍ନାକୁ ଆଆସିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୯ ଜଣଙ୍କୁ ଗିରଫ କରିଛି। ପ୍ରାୟ ୩୦୦୦ ବୋତଲ ମଦ ଜବତ ହୋଇଛି। ମଦ ମୃତ୍ୟୁର ତଦନ୍ତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ୱାରା କରାଯାଇଛି। ପ୍ରାଥମିକ ଭାବେ ବିଷାକ୍ତ ମଦ ପିଇବା ଯୋଗୁ ଏହି ମୃତ୍ୟୁ ଘଟି ଘଟିଥିବା ଆଶଙ୍କା କରାଯାଉଛି। ତେବେ ଫରେନସିକ୍ ଯାଞ୍ଚ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Also Read :- ଧମକ ଦେଲା ପାକିସ୍ତାନ ! 'ଭାରତ ସହ ଯୁଦ୍ଧ କରିବୁ, କାଶ୍ମୀରକୁ ଛଡ଼ାଇ ଆଣିବୁ'

ଏଭଳିସ୍ଥଳେ ମଦର ନମୁନାକୁ ଫରେନସିକ୍ ଯାଞ୍ଚ ଲାଗି ଗୌହାଟୀ ପଠାଯାଇଛି। ସେହିପରି ପୁଲିସ ଲୋକଙ୍କୁ ଲେବଲ ନଥିବା ମଦ ପିଇବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି। ଏଥିସହ ମଦ ପିଇବା ପରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଲେ ତୁରନ୍ତ ଚିକିତ୍ସା କରାଇବା ପାଇଁ ଆହ୍ବାନ କରିଛି। ସୂଚନାଥାଉକି, ରାଜ୍ୟରେ ୩୬ ବର୍ଷ ହେଲା ମଦ ବ୍ୟାନ୍ ରହିଛି।