ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ମିଆଁମାରକୁ ରୁଷ୍ ସୁଖୋଇ-୩୦ ଏସଏମଇ ଯୁଦ୍ଧ ବିମାନ ପ୍ରଦାନ କରିଛି । ମିଆଁମାର ଭିତରେ ବିଦ୍ରୋହୀ ଗୋଷ୍ଠୀଙ୍କୁ ଆମେରିକା ଉସୁକାଉଥିବା ବେଳେ ରୁଷ ଏହି Su-30SME ଲଢ଼ୁଆ ବିମାନ ଦେଇଛି । ଚଳିତ ମାସ ବେଆଇନ୍ ଭାବରେ ମିଆଁମାର ସୀମା ପାର କରୁଥିବା ୭ ବିଦେଶୀ ଏଜେଣ୍ଟଙ୍କୁ ଧରିଥିଲା ଭାରତର ଏନଆଇଏ । ସେମାନଙ୍କ ମଧ୍ୟରେ ୬ ଜଣ ୟୁକ୍ରେନ ନାଗରିକ ଏବଂ ଜଣେ ଆମେରିକୀୟ ଥିଲେ । ସେମାନେ ଟୁରିଷ୍ଟ ଭିସା ନେଇ ଭାରତରେ ପ୍ରବେଶ କରିଥିଲେ । କିନ୍ତୁ ବିନା ଅନୁମତିରେ ମିଜୋରାମର ପ୍ରତିବନ୍ଧିତ ଅଞ୍ଚଳ ଏବଂ ମିଆଁମାର ସୀମା ପାର କରିବାକୁ ଚେଷ୍ଟା କରୁଥିଲେ ।

ମିଆଁମାରରେ ଗୃହଯୁଦ୍ଧ

ମିଆଁମାରରେ ୫ ବର୍ଷ ଧରି ଗୃହଯୁଦ୍ଧ ଲାଗି ରହିଛି । ସେନେ ବିରୋଧରେ ଅନେକ ଗୋଷ୍ଠୀ ପ୍ରତିବାଦ କରୁଛନ୍ତି । ବିଦ୍ରୋହୀଙ୍କୁ ଡ୍ରୋନ୍ ଚଳାଇବାର ତାଲିମ ଦେଉଥିବା ନେଇ ଗିରଫ ବିଦେଶୀ ଏଜେଣ୍ଟମାନଙ୍କ ବିରୋଧରେ ଅଭିଯୋଗ ହୋଇଛି । ମାର୍ଚ୍ଚ ୧୮ ରେ ଗ୍ଲୋବାଲ୍ ନ୍ୟୁ ଲାଇଟ୍ ଅଫ୍ ମିଆଁମାର ରିପୋର୍ଟ କରିଥିଲା ଯେ, ଶେଷ ଦୁଇଟି ବିମାନ, ଯାହାର ଟେଲ୍ ନମ୍ବର ‘1901’ ଏବଂ ‘1902’ ଥିଲା, ମାଇକଟିଲା ଏୟାର ବେସରେ ଆୟୋଜିତ ଏକ ସମାରୋହରେ ମିଆଁମାର ସେନାକୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଛି ।ଆମେରିକାର F-35 ପରେ ଏବେ ଆକାଶରେ ଇସ୍ରାଏଲ ଯୁଦ୍ଧବିମାନକୁ ଟାର୍ଗେଟ୍ କଲା ଇରାନ

ମିଆଁମାରକୁ ମିଳିଛି ରୁଷୀୟ Su-30SME

Su-30SME ଏକ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଭାରୀ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ସଂପନ୍ନ ବିମାନ। ଭାରତ ଏହାର ଏକ ପ୍ରକାର Su-30mki ପରିଚାଳନା କରୁଛି । ଏହା ବ୍ରହ୍ମୋସ ପରି ଭାରୀ କ୍ଷେପଣାସ୍ତ୍ର ନିକ୍ଷେପ କରିବାରେ ସକ୍ଷମ । ଜାନୁଆରୀ ୨୦୧୮ ରେ, ମିଆଁମାର ସାମରିକ ବାହିନୀ ରୁଷିଆର ସରକାରୀ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ରୋସୋବୋରୋନେକ୍ସପୋର୍ଟ ସହିତ ୬ଟି Su-30SME ଲଢ଼ୁଆ ବିମାନ କ୍ରୟ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ଏହି ବିମାନଗୁଡ଼ିକ ରୋଷ୍ଟେକ ଅଧୀନରେ ରୁଷିଆର ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନର ଏକ ଅଂଶ ଇରକୁଟସ୍କ ଆଭିଏସନ୍ ପ୍ଲାଣ୍ଟ ଦ୍ୱାରା ନିର୍ମିତ । ଚୁକ୍ତି ଅନୁସାରେ, ଏହି ୬ଟି ବିମାନର ମୋଟ ମୂଲ୍ୟ ପ୍ରାୟ ୪୦୦ ନିୟୁତ ଡଲାର । ରୁଷିଆର ଏକ ସରକାରୀ ବ୍ୟାଙ୍କ ଏଥିପାଇଁ ମିଆଁମାରକୁ ଋଣ ପ୍ରଦାନ କରିଥିବା ଜଣାପଡ଼ିଛି।

Also Read: ଆମେରିକାର F-35 ପରେ ଏବେ ଆକାଶରେ ଇସ୍ରାଏଲ ଯୁଦ୍ଧବିମାନକୁ ଟାର୍ଗେଟ୍ କଲା ଇରାନ 

Su-30SMEର କ୍ଷମତା କେତେ ?

Su-30SMEରେ ରହିଛି ଡବଲ୍ ଇଞ୍ଜିନ । ଏହା ଏକ ଚତୁର୍ଥ ପିଢ଼ିର ଯୁଦ୍ଧ ବିମାନ। ମିଆଁମାର ପୂର୍ବରୁ ପାକିସ୍ତାନଠାରୁ JF-17 ଯୁଦ୍ଧ ବିମାନ କିଣିଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ପାକିସ୍ତାନ ବିମାନର ସ୍ପେୟାର ପାର୍ଟସ ଏବଂ ରକ୍ଷଣାବେକ୍ଷଣ ଯୋଗାଇବାରେ ବିଫଳ ହୋଇଥିଲା । ଫଳରେ ମିଆଁମାର ସେନା ପାକିସ୍ତାନୀ ଜେଟ୍ ଉପରେ ଆପତ୍ତି ଉଠାଇଥିଲା ଏବଂ ସେଗୁଡ଼ିକୁ ଗ୍ରାଉଣ୍ଡ କରିଥିଲା। ଏହା ପରେ ହିଁ ରୁଷିଆ ବିମାନ କ୍ରୟ କରିବା ପାଇଁ ପ୍ରୟାସ ତ୍ୱରାନ୍ୱିତ ହୋଇଥିଲା। ଏହି ଯୁଦ୍ଧ ବିମାନର ପେଲୋଡ୍ କ୍ଷମତା ପ୍ରାୟ ୮ ଟନ୍ ଏବଂ ଏହା ସମସ୍ତ ପ୍ରକାରର ଆକାଶରୁ ଆକାଶ ଏବଂ ଆକାଶରୁ ଭୂମିକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ।