ଭୁବନେଶ୍ବର ୩।୬: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରିଣ୍ଟିଙ୍ଗରେ ସମସ୍ୟା ପାଇଁ ବହି ପହଞ୍ଚିବାରେ ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ୯୦ ପ୍ରତିଶତ ବହି ଛପା ସରିଲାଣି । ତାହା ମଧ୍ୟ ପିଲାଙ୍କ ପାଖରେ ପହଞ୍ଚୁଛି । ବାକି ୧୦ ପ୍ରତିଶତ ବହି ଖରା ଛୁଟି ସରିବା ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ । ଯେଉଁଠି ବହି ଛପା ଯାଉଛି ସେଠାରେ କିଛିଟା ପ୍ରିଣ୍ଟିଙ୍ଗରେ ସମସ୍ୟା ପାଇଁ ବିଳମ୍ବ ହୋଇଥିବା କଥାକୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ଯେଉଁଥି ପାଇଁ ବହି ବଣ୍ଟାରେ ବିଳମ୍ବ ହୋଇଛି । ଆମେ ପିଲାଙ୍କ ପାଇଁ ଚିନ୍ତିତ ଅଛୁ, କିଛି ସମସ୍ୟା ହେବନି ବୋଲି ଆଶ୍ଵାସନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

Also Read:- ଖୋଲିବ କି ସୌମ୍ୟ ମୃତ୍ୟୁ ରହସ୍ୟ ? NHRCରେ ଅଭିଯୋଗକାରୀ ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର

ସୂଚନାଯୋଗ୍ୟଯେ, ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨୭ ତାରିଖରୁ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଚଳିତମାସ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର, ପ୍ରଶିକ୍ଷଣ ଅନୁଷ୍ଠାନ ବନ୍ଦ ରହିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ।