ଖୋର୍ଦ୍ଧା ୨୫।୦୭ : ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ପୁଣି ମର୍ଡର । ଘରେ ପଶି ଜଣେ ବୃଦ୍ଧାଙ୍କ ଅତି ବିଭତ୍ସ ଭାବେ କରାଯାଇଛି ହତ୍ୟା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ମଧ୍ୟ ଲୋଡିଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶିଥିଲେ କିଛି ଦୁର୍ବୃତ୍ତ । ଏହି ଲୁଟ୍‌ ସମୟରେ ମହିଳା ଜଣଙ୍କ ବିରୋଧ କରିଥିଲା । ଯାହାପରେ ଦୁର୍ବୃତ୍ତମାନେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ମହିଳାଙ୍କ ମୁଣ୍ଡରେ ଜୋରଦାର ଆଘାତ ବାଜିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣଙ୍କ ଘରେ ପଡି ରହିଥିଲେ । ଯାହାକୁ ତୁରନ୍ତ ପରିବାର ଓ ପଡୋଶୀ ଲୋକେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ହୋଇସାରିଥିଲା ବହୁ ବିଳମ୍ବ । ମହିଳାଙ୍କୁ ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ମହିଳା ହେଲେ ୭୫ ବର୍ଷୀୟ ଶାନ୍ତିଲତା ପ୍ରଧାନ।

Also Read:-ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ସାଆନ୍ତେ

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ ଜାରି ରଖିଛି । ସେହିପରି ଘଟଣାରେ ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ମଧ୍ୟ ନେଇଛି ।