ଭୁବନେଶ୍ବର ୫।୧୧: ଗଞ୍ଜାମ ଜିଲ୍ଲାରେ ବନ୍ୟା ଆଣିଛି ଦୁଃଖ ଦୁର୍ଦ୍ଦଶା l ପାଣି ଛାଡ଼ିଛି ହେଲେ ଦୁର୍ଦ୍ଦଶା ରହି ଯାଇଛି l ଏହାରି ଭିତରେ ସ୍ୱାସ୍ଥ୍ୟ ସେବା ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି l ଏଭଳି ପରିସ୍ଥିତିରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସମ୍ ହସ୍ପିଟାଲ ପହଞ୍ଚି ଚିକିତ୍ସା ସେବା ଯୋଗାଉଛି l ବନ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଉଛି ସମ୍ ହସ୍ପିଟାଲ । ତେବେ ସମ୍ ହସ୍ପିଟାଲର ଏହି ପ୍ରୟାସ ପାଇଁ ଧନ୍ୟବାଦ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ୧୪ଟି ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସେବାକୁ ସୁଦୃଢ଼ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ପରବର୍ତ୍ତୀ ଝାଡ଼ାବାନ୍ତି ରୋକିବା ପାଇଁ ସ୍ୱଚ୍ଛ ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ୍ ଭେନମ୍ ପଠାଯାଇଛି । ଆସ୍କାରେ ୨ଟି ଅସ୍ଥାୟୀ ହସ୍ପିଟାଲ୍ ସହ ୨୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ନିୟୋଜିତ କରାଯାଇଛି ।

ସରକାରୀ ଓ ବେସରକାରୀ ହସ୍ପିଟାଲ୍, ବିଶେଷ କରି ସମ୍ ହସ୍ପିଟାଲ୍ ତରଫରୁ ଗାଡ଼ି ଓ ସହଯୋଗ ମିଳିଥିବାରୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ବିଦ୍ୟୁତ୍ କାଟ୍ ସତ୍ତ୍ୱେ ଛାତ ଉପରେ ଗର୍ଭବତୀଙ୍କ ସଫଳ ପ୍ରସବ କରାଇ ସ୍ୱାସ୍ଥ୍ୟକର୍ମୀ ମାନେ ଉଦାହରଣ ସୃଷ୍ଟି କରିଛନ୍ତି ।

Also Read:- ୧୬ ବର୍ଷୀୟା ଝିଅଙ୍କ ପ୍ରଶ୍ନରେ ବଦଳିଲା ରିଲିଫ୍ ବ୍ୟବସ୍ଥା, ସାମିଲ ହେଲା ସାନିଟାରୀ ନ୍ୟାପକିନ୍

ଅନ୍ୟପଟେ, ବନ୍ୟାଞ୍ଚଳ ଗସ୍ତ ସମୟରେ ଜଣେ ୧୬ ବର୍ଷର ଝିଅର ପ୍ରଶ୍ନକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଥର ପାଇଁ ବନ୍ୟା ରିଲିଫ୍ ସାମଗ୍ରୀରେ ସାନିଟାରୀ ନ୍ୟାପକିନ୍ ସାମିଲ କରାଯାଇ ମହିଳା ଓ କିଶୋରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି ।

Watch Video: