Mouni Roy Net Worth: ଫେମସ୍ ଟିଭି ଅଭିନେତ୍ରୀ ମୌନି ରୟ। ବର୍ତ୍ତମାନ ତାଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିବା ଖବରକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ମୌନି ରୟ ଏବଂ ତାଙ୍କ ସ୍ୱାମୀ ସୂରଜ ନାମ୍ବିଆରଙ୍କ ମଧ୍ୟରେ ସମ୍ପର୍କ ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛି। ସେମାନଙ୍କ ବୈବାହିକ ଜୀବନରେ ବିଚ୍ଛେଦ ହୋଇଥିବା ଜଣାପଡ଼ିଛି। ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି। କେବଳ ଏତିକି ନୁହେଁ , ସୂରଜ ମୌନିଙ୍କ ସହିତ ତାଙ୍କ ବିବାହ ଫଟୋ ମଧ୍ୟ ଡିଲିଟ୍ କରି ଦେଇଛନ୍ତି। ଏହାରି ଭିତରେ ଆସନ୍ତୁ ମୌନି ରୟଙ୍କ ସମ୍ପତ୍ତି ଉପରେ ନଜର ପକାଇବା।

ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର

ମୌନୀ ରୟ ଏକ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାନ୍ତି। ସେ ଜଣେ କୋଟିପତି କହିଲେ ଭୁଲ୍ ହେବନି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ମୌନି ରୟ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରର ମାଲିକାଣୀ। ଯେଉଁଠାରେ ସେ ପୂରା ଆରାମର ଜୀବନଯାପନ କରନ୍ତି। ଅଭିନେତ୍ରୀଙ୍କ ବାସଭବନରେ ତାଙ୍କ ଆରାମ ଏବଂ ଦୈନନ୍ଦିନ ଆବଶ୍ୟକତା ପାଇଁ ସମସ୍ତ ସୁବିଧା ରହିଛି। ତାଙ୍କ ଘରର ବାଲକୋନିରେ ବସି ମନୋରମ ଦୃଶ୍ୟର ମଜା ଉଠାଇ ପାରିବେ। ମୌନି ରୟଙ୍କ ଏହି ବାସଭବନର ମୂଲ୍ୟ ୨୫କୋଟି ବୋଲି ଆକଳନ କରାଯାଇଛି

ଫିଲ୍ମରୁ କେତେ ଆୟ?

ମୌନି ରୟଙ୍କ ଆୟର ପ୍ରାଥମିକ ଉତ୍ସ ହେଉଛି ଟିଭି ଶୋ ଏବଂ ଚଳଚ୍ଚିତ୍ର। ସେ ଟେଲିଭିଜନ ଇଣ୍ଡଷ୍ଟ୍ରି ଏବଂ ବଲିଉଡ୍ ଫିଲ୍ମରେ ତାଙ୍କ କାମ ମାଧ୍ୟମରେ କୋଟି କୋଟି ଟଙ୍କାର ସମ୍ପତ୍ତି ରୋଜଗାର କରନ୍ତି। The Times of India ଅନୁଯାୟୀ, ମୌନି ପ୍ରତି ଫିଲ୍ମ ପାଇଁ ପ୍ରାୟ ୧କୋଟି ଟଙ୍କା ନିଅନ୍ତି। ଯେତେବେଳେ କି ଟିଭି ଶୋ ପାଇଁ ପ୍ରତି ଏପିସୋଡ୍ ପିଛା ଲକ୍ଷ ଲକ୍ଷ ଟଙ୍କା ନିଅନ୍ତି। ଏହା ସହିତ, ସେ ଗୋଟିଏ ଅଡ଼ିଓ ରିଲିଜ ପାଇଁ ୪୦ ଲକ୍ଷରୁ ୧କୋଟି ଟଙ୍କା ନିଅନ୍ତି।

ମୌନିଙ୍କ କାର କଲେକ୍ସନ ?

ମୌନିଙ୍କର ଦାମୀ ଏବଂ ବିଳାସପୂର୍ଣ୍ଣ ଅଟୋମୋବାଇଲ୍ ପ୍ରତି ପ୍ରବଳ ଆଗ୍ରହ ଅଛି। ତାଙ୍କର ପ୍ରଭାବଶାଳୀ କାର କଲେକ୍ସନରେ ଅନେକ ଉଚ୍ଚମାନର ଯାନ ଅନ୍ତର୍ଭୁକ୍ତ, ଯେପରିକି ଏକ Mercedes GLS 350d ଯାହାର ମୂଲ୍ୟ ୮୮.୧୮ ଲକ୍ଷ । ଏକ Mercedes-Benz E-Class ବି ରହିଛି ୟାହାର ମୂଲ୍ୟ ୭୦ଲକ୍ଷ ଟଙ୍କା। ମୌନି ରୟଙ୍କ ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ଆସିଥାଏ। ସେ ପ୍ରତି ବିଜ୍ଞାପନ ପାଇଁ ସେ ପାଖାପାଖି ୫୦ଲକ୍ଷ ପର୍ଯ୍ୟନ୍ତ ଚାର୍ଜ କରନ୍ତି। ମୌନି ରୟଙ୍କ ନେଟ୍ ୱର୍ଥ ୪୦ ରୁ ୫୦କୋଟି ବୋଲି ଯାହା ରିପୋର୍ଟ କହୁଛି।

Also Read- Mouni-Suraj Divorce Rumours: ଦିଶାଙ୍କ ପାଇଁ ମୌନି ରୟଙ୍କ ବିବାହ ବିପଦରେ କି ? ଇନଷ୍ଟାଗ୍ରାମ ଡିଲିଟ କଲେ ସୂରଜ