ନୂଆଦିଲ୍ଲୀ, ୨୮/୦୮ : ଏବେ କେମିତି ଅଛି ଭୋଟରଙ୍କ ମୁଡ୍ । କେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ନା ବଦଳାଇବାକୁ ଚାହୁଁଛନ୍ତି ସରକାର । ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ସେମାନଙ୍କର କେତେ ଭରସା ଅଛି । ନା ବିରୋଧୀ ଦଳଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଜେନ୍-ଜିଙ୍କ ସମେତ ଭୋଟର । କିଛି ଏପରି ପ୍ରଶ୍ନକୁ ନେଇ ଆସିଛି ସର୍ଭେ ରିପୋର୍ଟ । ଯେଉଁଥିରେ ଜନତାଙ୍କ ମୁଡ୍ ଜଣାପଡିଛି ।

ରିପୋର୍ଟ ଅନୁସାରେ, ସର୍ଭେ କରିଛି ଇଣ୍ଡିଆ ଟୁଡେ ଏବଂ ସି ଭୋଟର୍ । ଯେଉଁଥିରେ ଜନତା ନିଜ ମତ ଦେଇଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ଯଦି ଆଜି ନିର୍ବାଚନ ହୁଏ ତାହାଲେ ପୁଣି ଥରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇପାରେ । ଲୋକସଭାରେ ନିର୍ବାଚନ ହେଲେ ଏନଡିଏ ୩୨୬ଟି ସିଟ୍ ପାଇବ  । ଅନ୍ୟ ଦିଗରେ ଇଣ୍ଡି ମେଣ୍ଟ ୧୮୫ଟି ଆସନରେ ବାଜିମାଚ କରିବ । ଅନ୍ୟମାନଙ୍କ ଖାତାରେ ୩୨ଟି ଆସନ ଯୋଡି ହୋଇପାରେ ।

Also Read :- ଆଜି ମିଳିବ 'ସୁଭଦ୍ରା' ଟଙ୍କା : ଚେକ୍ କରନ୍ତୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍

ଭୋଟ୍ ସେୟାର ଉପରେ ନଜର ପକାଇଲେ, ଏଡିଏକୁ ୪୫ ପ୍ରତିଶତ ଭୋଟ୍ ମିଳିପାରେ । ଇଣ୍ଡି ମେଣ୍ଟକୁ ୩୯ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୧୬ ପ୍ରତିଶତ ଭୋଟ୍ ମିଳିପାରେ । ସର୍ଭେ ଅନୁସାରେ ଏକା ବିଜେପି ୨୬୧ଟି ଆସନରେ ଜିତିବ । କଂଗ୍ରେସ ୧୦୬ଟି ସିଟ୍ ହାସଲ କରିପାରେ । ଅନ୍ୟ ଦଳ ମୋଟ୍ ୧୭୬ ଆସନ ହାସଲ କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଜୁଲାଇ ୧ ତାରିଖରୁ ଅଗଷ୍ଟ ୨୫ ତାରିଖ ମଧ୍ୟରେ ସାରା ଦେଶରେ ସର୍ଭେ କରାଯାଇଥିଲା । ଏଥିରେ ସବୁ ବୟସ ବର୍ଗର ବ୍ୟକ୍ତିଙ୍କୁ କିଛି ପ୍ରଶ୍ ପଚରାଯାଇଥିଲା । ଏହାସହ ଗତ ୨୪ ସପ୍ତାହରେ ୯୧୭୯୫ଙ୍କ ରାୟ ନିଆଯାଇଥିଲା । ଏଭଳି ଭାବେ ମୋଟ୍ ୧,୧୬,୬୪୪ ଜଣଙ୍କ ମତ ସଂଗ୍ରହ କରାଯାଇ ସର୍ଭେର ରିପୋର୍ଟ ପ୍ରକାଶ ପାଇଛି ।