ଭୁବନେଶ୍ୱର: ନିଲମ୍ବିତ ଆଇଆଇସିଙ୍କ ନାଁରେ ମାମଲା ରୁଜୁ । ରାଜନଗର ଥାନାରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ର ଘଟଣାରେ ସନ୍ଧ୍ୟା ରାଣି ଜେନାଙ୍କୁ ନିଲମ୍ବିତ ପରେ ତାଙ୍କ  ନାମରେ ମାମଲା ରୁଜୁ କରାଯାଇଛି । ତେବେ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି । BNS ଧାରା ୨୯୬, ୭୪, ୧୧୫, ୩୫୧ ଓ ୩୦୮ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି l ମା ପୁଅଙ୍କୁ ମାଡ ମାରିବା ଘଟଣାରେ ତାଳଚୁଆ ସାମୁଦ୍ରିକ ଥାନାର ଆଇଆଇସି ସଂନ୍ଧ୍ୟାରାଣୀ ଜେନା ଗତ ମେ ମାସ ୨୭ ତାରିଖରେ ନିଲମ୍ବିତ ହୋଇଥିଲେ l   

ସୂଚନା ଅନୁସାରେ ଗତ ମେ ୨୫ ତାରିଖ ଦିନ ତାଳଚୁଆ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଏବଂ ତାଙ୍କ ପୁଅ ଏକ ପାରିବାରିକ କଳହର ସମାଧାନ ପାଇଁ ତାଳଚୁଆ ସାମୁଦ୍ରିକ ଥାନାକୁ ଯାଇଥିଲେ। ସେଠାରେ ତତ୍କାଳୀନ ଆଇଆଇସି ସନ୍ଧ୍ୟାରାଣୀ ଜେନା ସେମାନଙ୍କୁ ନିର୍ମମ ଭାବେ ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା। ଗତ ମେ ମାସ ୨୭ ତାରିଖରେ ପୋଲିସ ଡିଜି ୱାଇ ବି ଖୁରାନିଆ ସନ୍ଧ୍ୟାରଣୀ ଜେନାଙ୍କୁ ନିଲମ୍ବିତ କରିବା ସହ ବିଭାଗୀୟ ପ୍ରୋସିଡିଙ୍ଗ ପାଇଁ ନିର୍ଦେଶ ଦେଇଥିଲେ ।

ଆଇଆଇସି ନିଲମ୍ବିତ ହୋଇଥିଲେ ମଧ୍ୟ ପୀଡ଼ିତଙ୍କ ଲିଖିତ ଅଭିଯୋଗ ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେଉନଥିଲା । ଶେଷରେ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି। ନିଲମ୍ବିତ ମହିଳା ଅଧିକାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ଅନେକ ସଙ୍ଗିନ ଧାରା ଲଗାଯାଇଛି। BNS ଧାରା ୨୯୬, ୭୪, ୧୧୫, ୩୫୧ ଓ ୩୦୮ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି l