ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ୍। ଆଜିଠୁ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ ସ୍କୁଲ୍। ଖରା ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନେଇ ସମସ୍ତଙ୍କ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲା ଗଣଶିକ୍ଷା ବିଭାଗ। ରାଜ୍ୟରେ ବଢୁଥିବା ଖରା ଓ ଗରମକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।ନିଷ୍ପତ୍ତି ମୁତାବକ ସକାଳୁଆ ସ୍କୁଲ ଆରମ୍ଭରୁ ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ୱନି, ମା ସରସ୍ୱତୀ ଙ୍କ ବନ୍ଦନା ଓ ପୂଜାରୁ ଆରମ୍ଭ ହେଲା ଆରମ୍ଭ ହୋଇଛି ସକାଳୁଆ ସ୍କୁଲ।

ସରକାରଙ୍କ ନିଷ୍ପତି ଅନୁଯାୟୀ ଆଜିଠୁ ସକାଳୁଆ ସ୍କୁଲ । ୨ ଏପ୍ରିଲରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ପର୍ଯ୍ୟନ୍ତ ସକାଳ ସାଢେ ୬ରୁ ୧୦.୩୦ ପର୍ଯ୍ୟନ୍ତ ଶ୍ରେଣୀର ସମୟ ପୁନଃନିର୍ଦ୍ଧାରିତ କରିଛନ୍ତି ରାଜ୍ୟ ସରକାର । ଆଜି ଭୁବନେଶ୍ୱରର ସବୁ ସ୍କୁଲ ରେ ସକାଳୁ ସକାଳୁ ଛାତ୍ର ଛାତ୍ରୀ ବିଦ୍ୟାଳୟ ଆସିଛନ୍ତି। ସରକାରଙ୍କ ଗାଇଡ ଲାଇନ ପାଳନ କରିବାକୁ ନୋଟିସ ଜାରି କରାଯାଇଛି।

Also Read...Weather Update: ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଓଡ଼ିଶା, ୪ ଜିଲ୍ଲାକୁ ଆଲର୍ଟ କରାଇଲା ପାଣିପାଗ ବିଭାଗ

ଏଥିସହ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତି ସ୍କୁଲରେ ପିଇବା ପାଣି ବ୍ୟବସ୍ଥା ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ପାନୀୟ ଜଳ ନିଶ୍ଚିତ କରିବାକୁ ସ୍କୁଲ କ୍ୟାମ୍ପସରେ ଟ୍ୟୁବ୍ ୱେଲ ମରାମତି କରିବେ। ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ପିଇବାକୁ ୱାଟର ବେଲ୍ ବଜାଯିବ। ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍ ରଖିବା ସହ ଆବଶ୍ୟକ ବେଳେ ଯୋଗାଇବାକୁ ନିର୍ଦ୍ଦେଶ। ଗ୍ରୀଷ୍ଣ ପ୍ରବାହଠୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଶ୍ରେଣୀଗୃହ ବାହାର କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। ସ୍କୁଲକୁ ପାଣି ବୋତଲ ଆଣିବା ନେଇ ପିଲାଙ୍କୁ ଅଭିଭାବକ ସଚେତନ କରିବେ।