କଲମ୍ବୋ,୧୮/୦୮ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ୍ ସିରିଜର ପ୍ରଥମ ମୁକାବିଲା ଖେଳାଯାଉଛି । ମ୍ୟାଚରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି । ବ୍ୟାଟିଂ ଏବଂ ବୋଲିଂରେ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ମ୍ୟାଚରେ ଏପରି ଏକ ଘଟଣା ଘଟଥିଲା ଯାହା ଦେଖି ହସ ରୋକିପାରିନଥିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ।

ଘଟଣାଟି ମୁକାବିଲାର ତୃତୀୟ ଦିନରେ ଘଟିଛି । ମୁକାବିଲାରେ ଶ୍ରୀଲଙ୍କା ଖେଳାଳି ବ୍ୟାଟିଂ କରୁଥିଲେ । ବୋଲିଂ କରୁଥିଲେ ରବୀନ୍ଦ୍ର ଜାଡାଜେ । ଜାଡେଜାଙ୍କ ଏକ ବଲକୁ ଶ୍ରୀଲଙ୍କ ବ୍ୟାଟର୍ ସଟ୍ ଖେଳିଥିଲେ । କିନ୍ତୁ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜ ଏହାକୁ ଧରି ରକେଟ୍ ଗତିରେ ଥ୍ରୋ କରିଥିଲେ । ତେବେ ଏହି ଥ୍ରୋ ସିଧା ଅମ୍ପାୟାରଙ୍କ ନିକଟ ଦେଇ ଯାଇଥିଲା । ଅମ୍ପାୟାର ମଧ୍ୟ ବଲର ଥ୍ରୋ ଦେଖି ଡରି ଯାଇଥିଲେ ।

ସିରାଜ ପ୍ରଥମେ ବଲକୁ ଧରି ନନ୍ ଷ୍ଟ୍ରାଇକର୍ ଏଣ୍ଡକୁ ଥ୍ରୋ କରିଥିଲେ । ସେହି ସମୟରେ ସେଠାରେ ଅମ୍ପାୟାର ଏହସାନ ରାଜା ଉପସ୍ଥିତ ଥିଲେ । ରଡ୍ ଟକରଙ୍କ ସ୍ଥାନରେ ତାଙ୍କୁ ଅମ୍ପାୟାର ଭାବେ ନିୟୋଜିତ କରାଯାଇଥିଲା । ସିରାଜଙ୍କ ବଲ ଦେଖି ସେ ଚମକି ପଡିତିଲେ । ନିଜେ ସିରାଜ ମଧ୍ୟ ଅମ୍ପାୟାରଙ୍କୁ ଦେଖି ହସିଥିଲେ । ଅମ୍ପାୟାର ମଧ୍ୟ ନିଜ ହସ ରୋକିପାରିନଥିଲେ ।

ଭାରତର ଦମଦାର ପ୍ରଦର୍ଶନ

ସୋମବାର ମ୍ୟାଚର ତୃତୀୟ ଦିନ ଭାରତ ନିୟନ୍ତ୍ରଣରେ ରହିଥିଲା । ଭାରତ ଶ୍ରୀଲଙ୍କାକୁ ୭୯.୪ ଓଭରରେ ୨୮୪ ରନରେ ଅଲଆଉଟ୍ କରିଛି । ପ୍ରଥମ ଇନିଂସ ଆଧାରରେ ଭାରତ ୧୭୮ ରନରେ ଆଗୁଆ ରହିଛି । ଶ୍ରୀଲଙ୍କା ପାଇଁ ସୋନାଲ ଦିନୁଶା ସର୍ବାଧିକ ରନ କରିଥିଲେ । ସେ ୧୬୮ ବଲ୍ ଖେଳି ଚାରି ଚୌକା ଏବଂ ଦୁଇଟି ଛକା ସହାୟତାରେ ୧୦୦ ରନ୍ କରିଥିଲେ ।

Also Read :- ହକି ବିଶ୍ୱକପ୍ : ଇଂଲଣ୍ଡଠୁ ହାରିଲା ଭାରତୀୟ ଟିମ୍

ଭାରତ ପ୍ରଥମ ଇନିଂସରେ ୧୧୬.୪ ଓଭରରେ ୪୬୨ ରନ କରି ଅଲଆଉଟ୍ ହୋଇଯାଇଥିଲା । ରବିବାର ଖେଳ ଶେଷ ହେବା ବେଳକୁ ଭାରତର ସ୍କୋର ୪୬୦/୯ ଥିଲା, ସୋମବାର ମାତ୍ର ଦୁଇ ରନ୍ କରିପାରିଥିଲା । ପ୍ରସିଦ୍ଧ କ୍ରିଷ୍ଣା (୨) ଶେଷ ଭାରତୀୟ ଭାବରେ ଆଉଟ ହୋଇଥିଲେ । କୁଲଦୀପ ଯାଦବ ୧୩ ରନ କରି ଅପରାଜିତ ରହିଥିଲେ । ଦ୍ୱିତୀୟ ଦିନରେ ଦେବଦତ୍ତ ପାଡିକଲ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ । ସେ ୨୩୦ ବଲରୁ ୧୫ ଚୌକା ଏବଂ ଗୋଟିଏ ଛକା ସହିତ ୧୬୭ ରନ କରିଥିଲେ । କେଏଲ ରାହୁଲ ୧୭୫ ବଲରୁ ୧୦ ଚୌକା ଏବଂ ଗୋଟିଏ ଛକା ସହିତ ୮୨ ରନ କରିଥିଲେ । ଧ୍ରୁବ ଜୁରେଲ ୫୧ ଏବଂ ରିଷଭ ପନ୍ତ ୩୯ ରନ କରିଥିଲେ ।