ନୂଆଦିଲ୍ଲୀ: ସରକାର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି। ମୋଦି ଦୀର୍ଘ ୧୩ ବର୍ଷ ଧରି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ, ଏହି ପଦବୀରେ ଥିବା ବେଳେ ସେ ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ଗତ ୧୨ ବର୍ଷ ହେଲା ସେ ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି। ଏହି ଖାସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଆଡଭାନୀଙ୍କୁ ମୋଦି ପୁଷ୍ପଗୁଚ୍ଛ ଉପହାର ଦେବା ସହ ଦୁଇ ନେତା ବସି ଦୀର୍ଘ ଆଳାପ କରିଛନ୍ତି। ଲାଲ କୃଷ୍ଣ ଆଡଭାନୀଙ୍କୁ ମୋଦି ତାଙ୍କ ରାଜନୈତିକ ଗୁରୁ ମନେ କରନ୍ତି। ଏଣୁ କାସ ଅବସରରେ ଗୁରୁ ଶିଷ୍ୟଙ୍କ ସାକ୍ଷାତ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। 

୨୫ ବର୍ଷ ଶାସନରେ ରହିବା ପରେ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦେଶକୁ ନୂଆ ସ୍ଲୋଗାନ ଦେଇଛନ୍ତି। ଏହି ଅବସରରେ ମୋଦି ଜନତାଙ୍କୁ ନୂଆ ସଂକଳ୍ପ ଦେଇଥିବା ବେଳେ ଏହି ସଂକଳ୍ପ ହେଉଛି ‘ We Will Do it’। ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା କଥା ହେଉଛି ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ କରିବାର ଅଛି। ଏହି ସମୟରେ ଭାରତକୁ ଆତ୍ମନିର୍ଭର କରିବା ସହ ଦେଶକୁ ବିଶ୍ୱର ତୃତୀୟ ଅର୍ଥନୀରେ ପହଞ୍ଚାଇବାର ଅଛି, ଭାରତକୁ ଗ୍ଲୋବାଲ ମେନୁଫେକ୍ଚରିଂର ହବ କରିବାର ଅଛି, ଭାରତ ଅଲିମ୍ପିକର ଆୟୋଜନ କରିବ ଓ ଅନ୍ତରୀକ୍ଷରେ ତ୍ରିରଙ୍ଗା ଉଡାଇବାର ଅଛି ଓ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ‘ୱି ୱିଲ ଡୁ ଇଟ୍’ ସ୍ଲୋଗାନ ଦେଇଛନ୍ତି।

ଶାସନରେ ୨୫ ବର୍ଷ ପୂରଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି। ଶାହ କହିଛନ୍ତି ଭାରତୀୟ ଗଣତନ୍ତ୍ରରେ ଆଜି ଏକ ସ୍ୱର୍ଣ୍ଣିମ ଦିନ। ଇତିହାସରେ ଏହି ୨୫ ବର୍ଷ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ଏହି ଯାତ୍ରା ଭାରତ କଲ୍ୟାଣ, ଗରିବ କଲ୍ୟାଣ ଓ ଗୌରବର ଯାତ୍ରା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଧାରା ୩୭୦ ହଟାଯିବା ସହ ଦେଶକୁ ନକ୍ସଲ ଆତଙ୍କବାଦରୁ ମୁକ୍ତ କରାଯାଇ ପାରିଛି।

ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ଏହା ଭାରତୀୟଙ୍କ ଲାଗି ଗୌରବର ଦିନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ନୂଆ ପରିଚୟ ଦେଇଛନ୍ତି। ଭାରତକୁ ସମର୍ଥ ଓ ମଜଭୁତ କରିବାରେ ମୋଦିଙ୍କ ଯୋଗଦାନ ଅତୁଳନୀୟ। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂଗ ଚୌହାନ ମୌଦିଙ୍କୁ ବଧେଇ ଜଣାଇଛନ୍ତି। ଫଡନବୀଶ କହିଛନ୍ତି ଯେ ମୋଦି ଦେଶକୁ ମଜଭୁତ ନେତୃତ୍ୱ ଦେଇଛନ୍ତି।