ପୁରୀ: ରଥାରୁଢ଼ ଜଗନ୍ନାଥଙ୍କ ଦର୍ଶନାଭିଳାଷରେ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ର । ବଳିଆର ଭୁଜଙ୍କୁ ଦେଖି ସୁଖ ଦୁଃଖ ସବୁ କହିବେ ବୋଲି ଭାବିଥିବେ । ଦୁଇ ହାତ ଟେକି ନିଜକୁ ସମର୍ପି ମଧ୍ୟ ଦେଇଥିବେ । କିନ୍ତୁ କିଏ ଜାଣିଥିଲା ଚଳିତ ବର୍ଷ ରଥଯାତ୍ରା ହେବ ତାଙ୍କ ଜୀବନର ଶେଷ ଦିନ ହେବ ବୋଲି । ପୁରୀରେ ଅଣନିଃଶ୍ୱାସୀ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି ।

ଘୋଷଯାତ୍ରା ପାଇଁ ଆଜି ପୁରୀ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ଅସଂଖ୍ୟ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ସାଜିଛି । ଆଉ ଏହି ଗହଳିରେ ଏକ ଅଘଟଣ ଘଟିଛି । ସୂଚନା ଅନୁସାରେ ପୁରୀ ମରିଚକୋଟ ଛକ ନିକଟରେ ଜଣେ ଶ୍ରଦ୍ଧାଳୁ ଅଣନିଃଶ୍ୱାସୀ ହୋଇ ତଳେ ପଡ଼ିଗଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଜଣକ ହେଲେ କଟକର ଅନିଲ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା ।