ଗୁଣୁପୁର ୫।୯: ରାୟଗଡ଼ା ଗୁଣପୁର ବାଘୁଆ ଦେଉଳ ଓ ଲଳିତା ଦେବୀ ମନ୍ଦିରରୁ ଚୋରି । ମା’ଙ୍କର ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ମନ୍ଦିର ଭିତରେ ଥିବା ପିତ୍ତଳ ସାମଗ୍ରୀ ସହ ସୁନା, ରୁପା ଓ ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି ଲୁଟେରା । ସକାଳୁ ପୂଜାରୀ ମନ୍ଦିରକୁ ଆସିଥିବା ସମୟରେ ଗ୍ରୀଲର ତାଲା ଭାଙ୍ଗି ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ ।

Also Read:- କାମୁଡ଼ିଲା ବିଷାକ୍ତ ସାପ, ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଲୁଟ୍ ପରେ ସିସିଟିଭିର ହାର୍ଡଡିସ୍କ ମଧ୍ଯ ନେଇ ଯାଇଛନ୍ତି ଚୋର । ଗତ କିଛି ଦିନ ତଳେ ପଦ୍ମପୁର ଜଣଙ୍କ ଘରୁ କେହି ନଥିବା ସୁଯୋଗ ପାଇ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା । ପରେ ଗୁମୁଡା ମନ୍ଦିରରୁ ଚୋରି କରିଥିଲେ ଲୁଟେରା । ତାର କିଛି ଦିନ ବ୍ୟବଧାନରେ ଗୁଲୁଣ୍ଠି ମନ୍ଦିରରୁ ଚୋରି ହୋଇଥିଲା ।

Watch Video: