ଦିଗପହଣ୍ଡି ୧୦।୦୧ : ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗତ ୪ ଦିନ ହେଲା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଯାହାଫଳରେ ବର୍ତ୍ତମାନ ସୁଦ୍ଧା ଗାଁରେ ୨ ଜଣ ଲୋକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ସେହି ଗାଁର ସୁରେନ୍ଦ୍ର ମଲ୍ଲିକ ଓ ସମ୍ବାରୁ ମଲ୍ଲିକ ବୋଲି ଜଣାପଡିଛି । ସେହିପରି ଗାଁ ୫ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ନିମନ୍ତେ ଭର୍ତ୍ତି କରାଯାଇଛି ।

Also Read:-Weather: ସରିଲା ମୌସୁମୀ, ୩ ମାସ ଶୁଖିଲା ପାଗ; ରାତିରେ ପଡ଼ିବନି ଥଣ୍ଡା

ତେବେ ଗାଁରେ ଶୁଦ୍ଧିକ୍ରିୟା ଭୋଜି ଚାଲିଥିବା ବେଳେ ସୁରେନ୍ଦ୍ର, ବନମାଳୀ ଏବଂ ସେମାନଙ୍କ ପରିବାର ଲୋକେ ଯାଇଥିଲେ । ଭୋଜି ଖାଇସାରିବା ପରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲା । ଏହି ଘଟଣା ପରେ ଗାଁରେ ଆଶାକର୍ମୀ ଓ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଉଛନ୍ତି ।  ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା ତଦାରଖ କରୁଛନ୍ତି ।