ଭଦ୍ରକ ୨୧।୦୪ : କେନାଲ ବନ୍ଧରୁ ମିଳିଲେ ନିଖୋଜ ନାବାଳକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ଜଣେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଉଦ୍ଧାର ନାବାଳକ ଯୁକ୍ତ ୨ର ଛାତ୍ର ରାଜୀବ ଲୋଚନ ପାଣି । ସୋମବାର ସନ୍ଧ୍ୟା ଠାରୁ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିଲା । ସାଙ୍ଗ ଓ ପରିବାର ଲୋକେ ରାତିତମାମ ଖୋଜିଥିଲେ । ତାପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ମଙ୍ଗଳବାର ସକାଳୁ ସକାଳୁ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ନଲାଙ୍ଗରୁ ଯାଇଥିବା କେନାଲ ମଝିରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଖବର ମିଳିଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କ ମୁଣ୍ଡ ଓ ଦେହ ରେ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ରାଜୀବଙ୍କ ମୋବାଇଲ୍ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ମିଳିନଥିବା ସୂଚନା ମିଳିଛି ।

Also Read:-ପଡ଼ିଲାନି ଦର ବୃଦ୍ଧିର ଇଫେକ୍ଟ, ଅକ୍ଷୟ ତୃତୀୟାରେ ବୋହିନେଲେ ୨ ଶହ କୋଟିର ସୁନା !