ଭୁବନେଶ୍ୱର ୧୨।୦୮ : ଭୁବନେଶ୍ୱରରୁ ଅପହରଣ। ଯାଜପୁରରେ ଦୁଷ୍କର୍ମ। ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗର ୧୯ ଦିନ ପରେ ନାବାଳିକା ଉଦ୍ଧାର। ଅଭିଯୁକ୍ତ ନିରଞ୍ଜନ ମଲ୍ଲିକକୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ। ନାବାଳିକାଙ୍କ ଭଉଣୀ ଥାନାରେ ଅଭିଯୋଗ କରିବା ପରେ ଖୋଳତାଡ଼ କରିଥିଲା ପୋଲିସ। ସ୍ୱତନ୍ତ୍ର ଟିମ ଗଠନ କରି ଯାଜପୁରରେ ରେଡ କରିଥିଲା। ଶେଷରେ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ, ଗତ ଜୁଲାଇ ୨୨ରେ ନାବାଳିକ ଜଣଙ୍କ ଘରୁ ବାହାରି ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରଖିଥିଲା ପୋଲିସ । ଶେଷରେ ପୋଲିସ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ଜଣେ ଅଭିଯୁକ୍ତର ସଂପୃକ୍ତି ଥିବା ଜାଣିଥିଲା । ପରେ ଅଧିକ ତଦନ୍ତ କରିବାରୁ ଅପହରଣ ସହିତ ଦୁଷ୍କର୍ମର ଅଭିଯୋଗ ହୋଇଛି । ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ବିଏନ୍ଏସ୍ (BNS) ଧାରା ଏବଂ ପୋକ୍ସୋ ଆଇନ୍ ଅନୁଯାୟୀ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Watch Video:-