ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସାଙ୍ଗଠନିକ ମହାସଚିବ ମିଲିନ୍ଦ ପରାଣ୍ଡେ। ଆଦିବାସୀ ଅଞ୍ଚଳରେ ଶିକ୍ଷାର ପ୍ରସାର ପ୍ରସାର କରିବା ଦିଗରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଡ଼ ଭୂମିକା ଥିଲା। ହେଲେ ତାଙ୍କୁ ହତ୍ୟା କରାଗଲା। ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କରିଥିବା ନାଇଡୁ କମିଶନ ରିପୋର୍ଟ ହଜିଯିବା କୁହାଯାଉଛି।। ପୂର୍ବ ସରକାର ସମୟରେ ହଜିଥିବା କଥା କୁହାଯାଇଛି। ହେଲେ ନୂଆ ସରକାରଙ୍କୁ ପୁର୍ବତନ ସରକାର ଫାଇଲ ଦେବା ନିୟମ ରହିଛି। ତେଣୁ ଦାୟିତ୍ବରେ ରହି ରିପୋର୍ଟ୍ ହଜାଇଥିବା ଅଧିକାରୀ ମାନଙ୍କ ଉପରେ ଆକ୍ସନ ନିଅନ୍ତୁ ସରକାର।

ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ରିପୋର୍ଟ କରିଥିବା ନାଇଡୁ ଏବେ ମଧ୍ୟ ଅଛନ୍ତି। ତେଣୁ ସରକାର ତାଙ୍କ ସହ ଆଲୋଚନା କରି ରିପୋର୍ଟ ସଂଗ୍ରହ କରାଯାଇପାରିବ ବୋଲି କହିଛନ୍ତି। ସରକାର ପ୍ରୟାସ କରନ୍ତୁ ବୋଲି କହିଛନ୍ତି ମିଲିନ୍ଦ ପରାଣ୍ଡେ। ଦାରା ସିଂଙ୍କୁ ମଧ୍ୟ ଶୀଘ୍ର ଜେଲ୍ ମୁକ୍ତ କରିବାକୁ ଦାବି କରିଛନ୍ତି ମିଲିନ୍ଦ ପରାଣ୍ଡେ। ଦାରା ତାଙ୍କ ସଜ୍ଜା ଭୋଗି ସାରିଲେଣି। ଏହାଠାରୁ ଆହୁରି ବଡ ଘଟଣା ର୍ଘଟଣା ଘଟିଛି। ତେଣୁ ତାଙ୍କୁ ମୁକ୍ତ କରିବାର ଆବଶ୍ୟକତା ରହିଛି ।

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆସନ୍ତା ୨୨ ନଭେମ୍ୱରରୁ ୬ ଡିସେମ୍ବର ପର୍ଯ୍ୟନ୍ତ ଦେଶବ୍ୟାପୀ ହିତଚିନ୍ତକ ଅଭିଯାନ ଆୟୋଜିତ ହେବ। ଦେଶର ୨ ଲକ୍ଷ ଗାଁ ରେ ଏହି ଅଭିଯାନ ଅନୁଷ୍ଠିତ ହେବ। ଏଥିରେ ୧ କୋଟି ଲୋକଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ସହ ଯୋଡ଼ାଯିବ। ରାଜ୍ୟରେ ୫ ଲକ୍ଷ୍ୟ ଲୋକଙ୍କୁ ଯୋଡା ଯାଇ ଓଡିଶାରେ ମଧ ସଂଗଠନକୁ ଆହୁରି ମଜବୁତ୍ କରାଯିବ ବୋଲି କହିଛନ୍ତି ମିଲିନ୍ଦ ପରାଣ୍ଡେ।