ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଉ ଜିଲ୍ଲା ରାଣୀପୁର ଥାନା ଅଞ୍ଚଳରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଦୌଲସେପୁର ଭର୍ତ୍ତିପୁର ମୌଜା ନିକଟରେ ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍ ନିୟନ୍ତ୍ରଣ ହରାଇ ଏକ ନାଳକୁ ଖସିପଡ଼ିଥିଲା । ଦୁର୍ଘଟଣା ପରେ ବସରେ ଥିବା ପିଲାମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଆଖପାଖର ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବସର କାଚ ଭାଙ୍ଗି ପିଲା ଏବଂ ଡ୍ରାଇଭରଙ୍କୁ ବାହାରକୁ ଉଦ୍ଧାର କରିଥିଲେ ।

ପ୍ରାଥମିକ ସୂଚନା ଅନୁଯାୟୀ, ବସରେ ପ୍ରାୟ ୨୫ରୁ ୩୦ ଜଣ ପିଲା ଥିଲେ । ବସ୍ ଓଲଟିବା ପରେ ଅନେକ ପିଲା ଆହତ ହୋଇଥିବା ଖବର ମିଳିଛି । ଗ୍ରାମବାସୀମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ବ

ମିଳିଥିବା ସୂଚନା ଅନୁଯାୟୀ, ଲୋହିଆ ଇଣ୍ଟରନ୍ୟାସନାଲ ସ୍କୁଲର ବସ୍ ସକାଳ ସମୟରେ ପିଲାମାନଙ୍କୁ ନେଇ ସ୍କୁଲ ଯାଉଥିଲା । ବସଟି ରାଣୀପୁର ଥାନା ଅଞ୍ଚଳର ଭର୍ତ୍ତିପୁର ମୌଜା ନିକଟରେ ପହଞ୍ଚିଥିଲା । ଏହି ସମୟରେ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇବସିଥିଲେ । ନିୟନ୍ତ୍ରଣହୀନ ବସଟି ରାସ୍ତା କଡ଼ରେ ଥିବା ଶୁଖିଲା ନାଳ ଭିତରକୁ ଖସିପଡ଼ି ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ବସ୍ ଭିତରେ ପିଲାମାନଙ୍କ ମଧ୍ୟରେ କାନ୍ଦବୋବୋଳି ଓ ଆତଙ୍କ ସୃଷ୍ଟି ହୋଇଥିଲା ।

ବସଟି ନାଳରେ ଓଲଟି ପଡ଼ିବାରୁ ଅନେକ ପିଲା ଏବଂ ଡ୍ରାଇଭର ଆହାତ ହୋଇଥିଲେ । ସ୍ଥାନୀୟ ଲୋକମାନେ ବିନା ସମୟ ନଷ୍ଟ କରି ରେସ୍କ୍ୟୁ ଆରମ୍ଭ କରିଥିଲେ ଏବଂ ଆହାତମାନଙ୍କୁ ବସରୁ ବାହାର କରିଥିଲେ । ଘଟଣା ବିଷୟରେ ସୂଚନା ପାଇବା ରାଣୀପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଏବେ ଦୁର୍ଘଟଣାର ସବୁ ଦିଗର ଯାଞ୍ଚ କରୁଛି ।

ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଅନୂପ କୁମାର ଜଣାଇଛନ୍ତି ଯେ, ବସର କ୍ଷମତା କେତେ ଥିଲା ଏବଂ ସେଥିରେ କେତେ ଜଣ ପିଲା ବସିଥିଲେ, ପୋଲିସ ତାହାର ଯାଞ୍ଚ କରୁଛି । ଏହା ବ୍ୟତୀତ ବସର ଫିଟନେସ୍ ଏବଂ ମେଣ୍ଟେନାନ୍ସ ସହ ଜଡ଼ିତ ଦିଗଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଉଛି । ଏଏସପିଙ୍କ କହିବା ଅନୁଯାୟୀ, ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ଭୂମିକାର ମଧ୍ୟ ଯାଞ୍ଚ କରାଯାଉଛି । ଦୁର୍ଘଟଣା ସମୟରେ ଡ୍ରାଇଭରଙ୍କ ସ୍ଥିତି କିପରି ଥିଲା ଏବଂ ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉ ଥିଲେ କି, ପୋଲିସ ତାହା ଜାଣିବାକୁ ଚେଷ୍ଟା କରୁଛି ।