ନ୍ୟୁୟର୍କ, ୨୦ /୦୩: ଭାଙ୍ଗିଗଲା ମାର୍କ ଜୁକରବର୍ଗଙ୍କ ସ୍ୱପ୍ନ । ୨୦୨୧ରେ ମାର୍କ ମେଟାଭର୍ସକୁ ନେଇ ଅନେକ ସ୍ୱପ୍ନ ଦେଖାଇଥିଲେ । ଏହା ଏପରି ଏକ ଭର୍ଚୁଆଲ ଦୁନିଆ ଯେଉଁଠି ସବୁ ବାସ୍ତବ ଲାଗେ । ଏଠାରେ ଲୋକେ ପରସ୍ପର ସହ ମିଶିପାରୁଥିଲେ ଏବଂ କାମ ମଧ୍ୟ କରିପାରୁଥିଲେ । ଏପରିକି ଡିଜିଟାଲ ଭାବରେ ଜୀବନ ବଞ୍ଚି ପାରୁଥିଲେ । କିନ୍ତୁ ଏବେ ସବୁ ସ୍ପପ୍ନ ଭାଙ୍ଗି ଯାଇଛି । ଗତ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଏବେ ମେଟାଭର୍ସ ପ୍ରୋଜେକ୍ଟକୁ ବନ୍ଦ କରାଯାଇଛି ।

ଜୁନ ୨୦୨୬ ପରେ କରିବନି କାମ

ମେଟା ନିଜର ମେଟାଭର୍ସ ପ୍ଲାଟଫର୍ମ୍ ହରାଇଜନ୍ ଓ୍ୱାର୍ଲଡକୁ ୨୦୨୬ ଜୁନରୁ ବନ୍ଦ କରିବାକୁ ଘୋଷଣା କରିଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହାକୁ ବିଭିନ୍ନ ଆପ୍ ଷ୍ଟୋରରୁ ହଟାଇ ଦିଆଯିବ । ଏହାସହ ମେଟାଭର୍ସରେ ମିଳୁଥିବା ଅନେକ ଫାଇଦାକୁ ବନ୍ଦ କରିଦିଆଯିବ । ତେବେ ଜୁନ ୧୫ ପରେ ଏହା କେବଳ ମୋବାଇଲ ଆପ୍ ଭାବେ କାର୍ଯ୍ୟ କରିବ ।

ମେଟାଭର୍ସ କ'ଣ ?

ମେଟାଭର୍ସ ହେଉଛି ଏକ ଥ୍ରୀଡି ଭର୍ଚୁଆଲ ଦୁନିଆ । ଏଠାରେ ୟୁଜର୍ସ ହେଡଫୋନ୍ ପିନ୍ଧି ଡିଜିଟାଲ ଦୁନିଆରେ ପାଦ ଦେଇପାରିବେ । ଏଠାରେ ସେମାନେ କାମ କରିପାରିବେ, ଗେମ୍ ଖେଳିପାରିବେ ଏବଂ ବୈଠକ ମଧ୍ୟ କରିପାରିବେ । ହରାଇଜନ୍ ଓ୍ୱାର୍ଲଡ ମେଟାର ଏପରି ଏକ ପ୍ଟାଟଫର୍ମ ଥିଲା ଯାହାକୁ ୨୦୨୧ରେ ଲଞ୍ଚ୍ କରାଯାଇଥିଲା । ଆରମ୍ଭରୁ ଏହା କେବଳ ଭିଆର୍ ଡିଭାଇସରେ ଚାଲୁଥିଲା । ପରେ ଏହାର ମୋବାଇଲ ଭର୍ସନ ଲଞ୍ଚ୍ କରାଯାଇଥିଲା ।

​​​​​​​Also Read :- Gold_Price : କମିଲା ସୁନା, ଆଗକୁ କମିବ ନା ବଢିବ...ଜାଣନ୍ତୁ ଭବିଷ୍ୟତରେ କ'ଣ ହେବ ?

କମ୍ ୟୁଜର

ହରାଇଜନ୍ ଓ୍ୱାର୍ଲ୍ଡରେ ୟୁଜର ସଂଖ୍ୟା ସେତେ ନଥିଲା । ଏହା କେବେହେଲେ ଲକ୍ଷେ ଆକ୍ଟିଭ୍ ୟୁଜରରୁ ଆଗକୁ ବଢିନାହିଁ । ଏହାସହ ଅନେକ ଟେକନିକାଲ ସମସ୍ୟା ରହିଥିଲା । କିଛି ୟୁଜର୍ସ ଭର୍ଚୁଆଲ୍ ଦୁନିଆକୁ ବୋରିଂ କହିଥିଲେ ।

ମେଟାର କ୍ଷତି

ମେଟାଭର୍ସରେ ନିବେଶ ପାଇଁ ମେଟାକୁ ଅନେକ କ୍ଷତି ସହିବାକୁ ପଡିଛି । କମ୍ପାନୀ ୨୦୨୦ରୁ ଏବେସୁଦ୍ଧା ୮୦ ବିଲିୟନ ଡଲାର କ୍ଷତି ସହିଛି ।୨୦୨୬ ଜାନୁଆରୀରେ ୧୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଆଗକୁ ଆହୁରି ଛଟେଇ ହେବ ବୋଲି ମେଟା ପ୍ରକାଶ କରିଥିଲା ।

ଏବେ ଏଆଇ ସ୍ମାର୍ଟ୍ ଗ୍ଲାସ୍ ଉପରେ ଫୋକସ୍

ଭିଆର୍ ରେ ସଫଳତା ମିଳିନି । ବନ୍ଦ କରିଛନ୍ତି ମାର୍କ ଜୁକରବର୍ଗ । ଏବେ କମ୍ପାନୀ ମେଟା ରେ-ବ୍ୟାନ୍ ସ୍ମାର୍ଟ୍ ଗ୍ଲାସ୍ ଉପରେ ଫୋକସ କରୁଛି । ଏଥିରେ ଭଲ ରେସପନ୍ସ ମିଳୁଛି । ଏବେସୁଦ୍ଧା ୭୦ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ସରିଛି । ଯାହାକୁ ଅଧିକ ଡେଭେଲପମେଣ୍ଟ୍ ପାଇଁ କମ୍ପାନୀ କାମ କରୁଛି ।