ମାଲକାନଗିରି ୧୩।୧୦ : ମାଓ ଡମ୍ପ ଠାବ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ।

ଖବର ଅନୁଯାୟୀ, ଜଙ୍ଗଲରେ ପୋଲିସ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ଏହି ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କୁ ମା ଡମ୍ପ ମିଳିଥିଲା । ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକୁମା ଜିଲ୍ଲାରେ ମାଓ ଡମ୍ପ ଠାବ ହୋଇଛି । ଏହି ମାଓ ଡମ୍ପରୁ ୧୩ଟି ବନ୍ଧୁକ ସହ ୨୦୮ଟି ଡିଟୋନେଟର ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ଏହି ସବୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ପୋଲିସ କହିଛି। ବର୍ତ୍ତମାନ ସୁଦ୍ଧା ଅପରେସନ ଜାରି ରହିଥିବା କହିଛନ୍ତି ସୁକୁମା ଏସପି।

Watch Video:-